Advertisment

ସିକିମ ମୁଖ୍ୟମନ୍ତ୍ରୀ କଲେ ଖୁଲାସା - ନିମ୍ନମାନର କାମ ଯୋଗୁ ଧୋଇ ହୋଇଗଲା ଚୁଙ୍ଗଥାଙ୍ଗ ଡ୍ୟାମ୍‌

ଡ୍ୟାମଟିର ନିର୍ମାଣ ଠିକ୍‌ ଭାବେ ହୋଇ ନ ଥିବା ବେଳେ କାମ ନିମ୍ନମାନର ଯୋଗୁ ତାହା ଭୁଶୁଡ଼ି ପଡ଼ିଥିବା ଖୋଦ ମୁଖ୍ୟମନ୍ତ୍ରୀ କହିଛନ୍ତି।

 Chungthang Dam

Chungthang Dam

Advertisment

ବାଦଲ ଫଟା ବର୍ଷା ଯୋଗୁ ସିକିମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ରଚିଛି ତାଣ୍ଡବ । ଏହି ପ୍ରଳୟଙ୍କାରୀ ବନ୍ୟାର ସିକିମା ଚୁଙ୍ଗଥାଙ୍ଗ ଡ୍ୟାମ ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଛି। ନିମ୍ନମାନର କାମ ହେତୁ ଡ୍ୟାମଟିର ଚିହ୍ନବର୍ଣ୍ଣ ଲୋପ ପାଇ ଯାଇଥିବା ବେଳେ ତାହା ମାଟିରେ ମିଶି ଯାଇଥିବା କହିଛନ୍ତି ଖୋଦ ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ।

Advertisment

ବାଦଲ ଫଟା ବର୍ଷା ଯୋଗୁ ସିକିମର ତୀସ୍ତା ନଦୀରେ ହଠାତ୍‌ ଜଳସ୍ତର ବୃଦ୍ଧି ପାଇ ଚୁଙ୍ଗଥାଙ୍ଗ ଡ୍ୟାମରେ ପ୍ରବେଶ କରିଥିଲା। ମାତ୍ର କ୍ଷମତାଠୁ ବହୁ ଅଧିକ ଜଳ ଧାରଣ କରିବାକୁ ସମର୍ଥ ହୋଇ ନ ପାରି ଡ୍ୟାମଟି ଭୁଶୁଡ଼ି ପଡ଼ିଥିଲା। ଏହାପରେ ପ୍ରଖର ସ୍ରୋତରେ ପାଣି ପ୍ରବାହିତ ହୋଇ ତଳି ଅଞ୍ଚଳର ବହୁ ସହର, ଗାଁରେ ପ୍ରବେଶ କରିବା ସହ ପ୍ରଭୂତ କ୍ଷୟକ୍ଷତି ଘଟାଇଛି।

ଡ୍ୟାମଟିର ନିର୍ମାଣ ଠିକ୍‌ ଭାବେ ହୋଇ ନ ଥିବା ବେଳେ କାମ ନିମ୍ନମାନର ଯୋଗୁ ତାହା ଭୁଶୁଡ଼ି ପଡ଼ିଥିବା ଖୋଦ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିଯୋଗୁ ସିକିମର ସର୍ବବୃହତ୍ତ ଜଳ ବିଦ୍ୟୁତ ପ୍ରକଳ୍ପ ‘ସିକିମ ଉର୍ଜା’ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପାୱାର ହାଉସ ଓ ବ୍ରିଜ ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଛି। ଏଥିଯୋଗୁ ପ୍ରାୟ୨୫ ହଜାର କୋଟିର କ୍ଷତି ଘଟିଥିବା ଆକଳନ କରାଯାଇଛି। ଏଥିଯୋଗୁ ରାଜ୍ୟର ଉତ୍ତର ଅଞ୍ଚଳକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ଏପରିକି ଏହି ପ୍ରଳୟଙ୍କାରୀ ବନ୍ୟା ଯୋଗୁ ୧୩ଟି ବ୍ରିଜ ଧୋଇ ହୋଇ ଯାଇଥିବା ବେଳେ ବହୁ ରାସ୍ତା ସଂଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ୧୦ ନଂ ଜାତୀୟ ରାଜପଥକୁ ସିକିମର ଲାଇଫ୍‌ଲାଇନ୍ କୁହାଯାଉଥିବା ବେଳେ ଏହି ପ୍ରଳୟଙ୍କାରୀ ବନ୍ୟାରେ ତାହା ସର୍ବାଧିକ କ୍ଷୟକ୍ଷତି ହୋଇଛି। ଫଳରେ ସଡ଼କ ପଥରେ ଯାତାୟତ ଠପ୍‌ ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି।

ସିକିମରେ ପ୍ରକୃତି ନିଜ କରାଳ ରୂପ ଦେଖାଇଥିବା ବେଳେ ଏଥିରେ ମୃତକଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଏଥିସହ ୯୦ରୁ ଊର୍ଦ୍ଧ୍ୱ ଏବେବି ନିଖୋଜ ଅଛନ୍ତି। ସେନାର ୨୩ ଯବାନ ନିଖୋଜ ହୋଇ ଯାଇଥିବା ବେଳେ ୭ ମୃତଦେହକୁ ଉଦ୍ଧାର କରାଯାଇଛି। ଜଣେ ଯବାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଉ ୧୫ ଜଣଙ୍କ ପତ୍ତା ମିଳି ପାରିନି।

ଏହି ପ୍ରାକୃତିକ ଦୁର୍ବିପାକ ୨୨ ହଜାରରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥିବା ବେଳେ ୨,୪୧୧ ଜଣଙ୍କୁ ଉଦ୍ଧାର କରି ରିଲିଫ କ୍ୟାମ୍ପରେ ରଖାଯାଇଛି।

Flash Flood Sikkim
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe