Advertisment

ସକାଳୁ ସକାଳୁ କାଚିଲା ବର୍ଷା

ଆସନ୍ତା ଦୁଇ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ଥିବା ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

author-image
Jitendra Garnayak
Rain

Rain

ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସକାଳେ ହୋଇଛି କାଳବୈଶାଖୀ ବର୍ଷା। ଝଡ଼ ତୋଫାନ ସହ ପ୍ରବଳ ବର୍ଷା ହୋଇଛି। ସକାଳୁ ସକାଳୁ ହଠାତ୍ ପାଗ ବଦଳି ମାଡ଼ିଆସିଥିଲା ଝଡ଼ତୋଫାନ। ବିଜୁଳି ଘଡଘଡି ସହ କିଛି ସମୟ ଲାଗି ପ୍ରବଳ ବର୍ଷା ହୋଇଥିଲା।  ପ୍ରାୟ ୪୦ରୁ ୫୦ କିମି ବେଗରେ ବହିଥିଲା ପବନ। ଜିଲ୍ଲାର ଜଳେଶ୍ୱର, ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ଏହି ସବୁ ଅଞ୍ଚଳରେ ପ୍ରାୟ ଘଣ୍ଟାଏ ଧରି ବର୍ଷା ଓ ପବନ ଲାଗି ରହିଥିଲା। 

Advertisment

ଆସନ୍ତା ଦୁଇ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ଥିବା ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ୨୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କାଳବୈଶାଖୀ ନେଇ ୧୨ଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ଏହି ସବୁ ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ। ତା’ ସହିତ ପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ବିଜୁଳି, ଘଡ଼ଘନି ମଧ୍ୟ ହୋଇପାରେ। କିଛି ସ୍ଥାନରେ କୁଆପଥର ମାଡ଼ ହୋଇପାରେ। କଟକ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆଉ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣ ଜାରି ହୋଇଛି।

Advertisment

ସେହିପରି ୨୦ ତାରିଖ ସକାଳ ସାଢ଼େ ୮ଟାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ କଯକ ଜିଲ୍ଲା ପାଁ ଅରେଞ୍ଚ ୱାର୍ଣ୍ଣଂ ଜାରି କରାଯାଇଛି। ବିଜୁଳି, ଘଡ଼ଘଡ଼ି ସହିତ ଏହି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ଏହି ସମୟ ମଧ୍ୟରେ କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲା ଗୋଟଇଏ ବା ଦୁଇଟି ସୋଥାନରେ ବିଜୁଳି ଘଡ଼ଘଡ଼ି ମାରିବା ସହିତ ବର୍ଷା ହୋଇପାରେ। ଏପରିକି ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ।  

Weather Report Rain Weather Update Weather Forecast