Advertisment

ସୋନପୁର ସବୁଠୁ ଉତ୍ତପ୍ତ ସହର

୫ଟି ସହରର ତାପମାତ୍ରା ୩୬ ଡିଗ୍ରୀ ବା ତା’ ଉପରେ ରହିଛି।

author-image
Jitendra Garnayak
Heat Wave

Heat Wave

ରାଜ୍ୟରେ ଆଜି ୧୮ଟି ସହରର ସର୍ବୋଚ୍ଚ ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲ୍‌ସିୟସ ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ସୋନପୁର ହୋଇଛି ସବୁଠୁ ଉତ୍ତପ୍ତ ସହରର। ଏଠାରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୩୬.୩ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ତଥ୍ୟ।

Advertisment

ସୋନପୁର ତଳକୁ ରହିଛି ରାଜଧାନୀ ଭୁବନେଶ୍ୱର ଓ ତାଳଚେର। ଏହି ଦୁଇଟି ସ୍ଥାନରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି।

ଟିଟିଲାଗଡ଼ରେ ତାପମାତ୍ରା ୩୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧରେ ୩୬, ଝାରସୁଗୁଡ଼ାରେ ୩୫.୭, ଭଦ୍ରକରେ ୩୫.୬, ଢେଙ୍କାନାଳରେ ୩୫.୬, ଭବାନୀପାଟଣାରେ ୩୫.୫, ନୟାଗଡ଼ରେ ୩୫.୫, ବଲାଙ୍ଗିରରେ ୩୫.୫, କଟକରେ ୩୫.୪, ମାଲକାନଗିରିରେ ୩୫.୪, ଅନୁଗୋଳରେ ୩୫.୩, ବାଲେଶ୍ୱରରେ ୩୫.୨, ଚାନ୍ଦବାଲିରେ ୩୫.୨, ଯାଜପୁରରେ ୩୫.୨ ଓ ପାରଳାଖେମୁଣ୍ଡିରେ ୩୫ ଡିଗ୍ରୀ ସେଲ୍‌ସିୟସ ରହିଥିଲା।

Advertisment

ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ ଅନୁଯାୟୀ, ଆସନ୍ତାକାଲି ସକାଳ ସାଢ଼େ ୮ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲ୍‌କା ବର୍ଷା ହୋଇପାରେ।

ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ୨୪ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ଉପକୂଳ ଓଡ଼ିଶା, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲ୍‌କା ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ୨୪ ତାରିଖ ସକାଳ ସାଢ଼େ ୮ଟାରୁ ୨୫ ତାରିଖ ସକାଳ ସାଢ଼େ ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶା, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, କଳାହାଣ୍ଡି ଓ କନ୍ଧମାଳ ର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଦକ୍ଷିଣ ଉପକୂଳ ଓଡ଼ିଶା, ରାୟଗଡ଼ା, କୋରାପୁଟ ଗୋଟିଏ ବା ଦୁଇଟି ସ୍ଥାନରେ ହାଲ୍‌କା ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ଭଳି ଭାବେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। 

Heat Wave Heat Wave In Odisha Weather Report Weather Update