Advertisment

ଓଡ଼ିଶାରୁ ଫେରିଗଲା ଦକ୍ଷିଣ-ପଶ୍ଚିମ ମୌସୁମୀ

ସାଧାରଣତଃ ସେପ୍ଟେମ୍ୱର ଶେଷ ଭାଗରେ ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଫେରିଥାଏ। ହେଲେ ଏଥର ଅକ୍ଟୋବର ମଧ୍ୟ ଭାଗରେ ମୌସୁମୀ ଫେରୁଛି। ଅର୍ଥାତ ପ୍ରାୟ ୧୫ ଦିନ ବିଳମ୍ୱରରେ ମୌସୁମୀ ଫେରୁଛି।

ଅଦ୍ୟତନ ହୋଇଛି
Southwest Monsoon

Southwest Monsoon

Advertisment

ପାଣିପାଗ ବିଭାଗର ଆକଳନ ସତ ହୋଇଛି। ନିର୍ଦ୍ଧାରିତ ସମୟଠାରୁ ବିଳମ୍ୱରରେ ଓଡ଼ିଶାରୁ ଫେରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆଜିଠାରୁ ପ୍ରାୟତଃ ରାଜ୍ୟର ଅଧିକାଂଶ ଜିଲ୍ଲାରୁ ମୌସୁମୀ ଫେରିଛି। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗକୁ ବାଘୁଆ ଶୀତ ମାଡ଼ି ଆସିବ ବୋଲି ଅନୁମାନ କରାଯାଉଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆଜିଠାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ,ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଯାଜପୁର, ନୟାଗଡ଼, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାବର୍ତ୍ତନ କରିଛି। ସେହିପରି ବଲାଙ୍ଗିର, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଅଞ୍ଚଳରୁ ଫେରି ଯାଇଛି। ତେବେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ଅଳ୍ପ କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Advertisment

ସାଧାରଣତଃ ସେପ୍ଟେମ୍ୱର ଶେଷ ଭାଗରେ ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଫେରିଥାଏ। ହେଲେ ଏଥର ଅକ୍ଟୋବର ମଧ୍ୟ ଭାଗରେ ମୌସୁମୀ ଫେରୁଛି। ଅର୍ଥାତ ପ୍ରାୟ ୧୫ ଦିନ ବିଳମ୍ୱରରେ ମୌସୁମୀ ଫେରୁଛି।

ସୂଚନାରୁ ପ୍ରକାଶ, ଚଳିତବର୍ଷ ଜୁନ ମାସରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଛୁଇଁଥିଲା। ମୌସୁମୀ ପ୍ରଥମେ ମାଲକାନଗିରି ଜିଲ୍ଲାରେ ପ୍ରବେଶ କରିଥିଲା। ପାଗ ଅନୁକୂଳ ହେବା ପରେ ଧୀରେ ଧୀରେ ଅନ୍ୟ ଜିଲ୍ଲାରେ ପ୍ରବେଶ କରିଥିଲା। ହେଲେ ସବୁ ଜିଲ୍ଲାକୁ ଛୁଇଁ ପାରିନଥିଲା। ଯେଉଁଥିପାଇଁ ରାଜ୍ୟର ସବୁ ଜିଲ୍ଲାରେ ବର୍ଷା ହୋଇନଥିବାରୁ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରି ନଥିଲା। ପରବର୍ତ୍ତୀ ସମୟରେ ବିଳମ୍ୱରେ ହେଲେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା। ଆଉ ଚାଷ କାର୍ଯ୍ୟ ହୋଇଥିଲା। ହେଲେ ପ୍ରବଳ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଉପୁଜିଥିଲା। ଗତ କିଛି ଦିନ ହେଲା ବର୍ଷାର ପରିମାଣ କମିଥିଲା। ଆଗ ଅନୁକୂଳ ହେବାରୁ ମୌସୁମୀ ଫେରୁଛି।

Monsoon Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe