Advertisment

ରାଜ୍ୟରେ ୪୫ ଡିଗ୍ରୀ ଟପିଲା ତାପମାତ୍ରା

ଗତକାଲି ୪୪.୩ ସହ ଦେଶର ଉତ୍ତପ୍ତ ସହର ଥିଲା ବୌଦ୍ଧ।

author-image
Jitendra Garnayak
ଅଦ୍ୟତନ ହୋଇଛି
undefined

Heat Wave

ସତ ହେଲା ପାଣିପାଗ ବିଭାଗର ଆକଳନ। ଆଜି ୪୫ ଛୁଇଁଲା ବାରିପଦା ଓ ବୌଦ୍ଧର ତାପମାତ୍ରା। ଏହା ସହିତ ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ପାଇଁ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଛି।

Advertisment

ଆଜି ଉଭୟ ବୌଦ୍ଧ ଓ ବାରିପଦାର ଦିନର ସର୍ବୋଚ୍ଚ ତାପମାତ୍ରା ୪୫.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଗତକାଲି ୪୪.୩ ସହ ଦେଶର ଉତ୍ତପ୍ତ ସହର ଥିଲା ବୌଦ୍ଧ। ଆଜି ବୌଦ୍ଧ, ବାରିପଦା ଓ ବଲାଙ୍ଗିରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବ ବୋଲି ଆକଳନ କରିଥିଲା ପାଣିପାଗ ବିଭାଗ। ବୌଦ୍ଧ ଓ ବାରିପଦାରେ ତାପମାତ୍ରା ୪୫ ଡିଗ୍ରୀ ଡେଇଁଥିବା ବେଳେ ବଲାଙ୍ଗିରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩. ୬ ଡିଗ୍ରୀ ରହିଥିଲା।

ରାଜ୍ୟରେ ଆଜି ୦ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ ଉପରେ ରେକର୍ଡ ହୋଇଛି। ସେଥିରୁ ୧୩ଟି ସହରରେ ପାରଦ ୪୩ ଡିଗ୍ରୀ ବା ତା’ଠୁ ଅଧିକ ରହିଛି। 

Advertisment

ନୂଆପଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ତାଳଚେରରେ ୪୩.୬, ବଲାଙ୍ଗିରରେ ୪୩.୬, ନୟାଗଡ଼ରେ ୪୩.୫, ଅନୁଗୋଳରେ ୪୩.୫, କେନ୍ଦୁଝରଗଡ଼ରେ ୪୩.୫, ଝାରସୁଗୁଡ଼ାରେ ୪୩.୨, ହୀରାକୁଦରେ ୪୩.୧, ସମ୍ବଲପୁରରେ ୪୩, ସୁନ୍ଦରଗଡ଼ରେ ୪୩, ଟିଟିଲାଗଡ଼ରେ ୪୩, ସୋନପୁରରେ ୪୨.୭, ରାଉରକେଲାରେ ୪୨.୬, ଢେଙ୍କାନାଳରେ ୪୨, ଭବାନୀପାଟଣାରେ ୪୨, ଚାନ୍ଦବାଲିରେ ୪୧.୬, ମାଲକାନଗିରିରେ ୪୧.୬ ଓ ଭଦ୍ରକରେ ୪୧.୫ ରେକର୍ଡ କରାଯାଇଛି। 

ପାରଳାଖେମୁଣ୍ଡି, ଯାଜପୁର, ଫୁଲବାଣୀ, ବରଗଡ଼, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୧ ଡିଗ୍ରୀ ରହିଥିଲା। ସେହିପରି ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଛତ୍ରପୁରରେ ୪୦ ଡିଗ୍ରୀ ରହିଥିଲା। 

ଗ୍ରୀଷ୍ମ ପ୍ରବାହରୁ ଅତି ଗ୍ରୀଷ୍ମ ପ୍ରବାହ ନେଇ ଆସନ୍ତାକାଲି ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୋଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇପାରେ। ବିଜୁଳି ମାରିବା ସହିତ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ।  

୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବା ନେଇ ପୂର୍ବାନୁମାନ କରିଛି। ତେବେ ୨୫ରୁ ପୁଣି ତାତି ବଢ଼ିପାରେ। 

Heat Wave Heat Wave In Odisha