Advertisment

ଆସନ୍ତାକାଲିଠୁ ଖରା, ୮ ରୁ ୧୦ ଡିଗ୍ରୀ ବଢ଼ିବ ଦିନ ତାପମାତ୍ରା

ଆଜି ରାଜ୍ୟର ୧୨ଟି ସହରର ସର୍ବାଧିକ ଦିନ ତାପମାତ୍ରା ୨୨ଡିଗ୍ରୀ ବା ଏହା ତଳେ ରହିଥିଲା। ବର୍ଷା ପ୍ରଭାବରୁ ଏମିତି ହୋଇଥିଲା।

undefined

Heat Wave

Advertisment

ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ଆସନ୍ତାକାଲିଠାରୁ ବଦଳିବ ପାଗ। ଆସନ୍ତାକାଲିଠାରୁ ୨୪ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Advertisment

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ‘X’ ରେ କରାଯାଇଥିବା ପୋଷ୍ଟ ଅନୁଯାୟୀ, ଆସନ୍ତା କାଲିଠାରୁ ରାଜ୍ୟରେ ପାଗ ଫିଟିବା ସମ୍ଭାବନା ରହିଛି। ୨୨ରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। ଆଗାମୀ ୨୧ ରୁ ୨୪ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୮ ରୁ ୧୦ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି।  

ଆଜି ରାଜ୍ୟର ୧୨ଟି ସହରର ସର୍ବାଧିକ ଦିନ ତାପମାତ୍ରା ୨୨ଡିଗ୍ରୀ ବା ଏହା ତଳେ ରହିଥିଲା। ବର୍ଷା ପ୍ରଭାବରୁ ଏମିତି ହୋଇଥିଲା। ଢେଙ୍କାନାଳର ସର୍ବାଧିକ ଦିନ ତାପମାତ୍ରା ୧୮.୯ ଡିଗ୍ରୀ ରେକର୍ଡ କରାଯାଇଥିଲା। ବାଲେଶ୍ୱରରେ ସର୍ବାଧିକ ଦିନ ତାପମାତ୍ରା ୨୧ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୨୧, କଟକରେ ୨୦, ପାରାଦୀପରେ ୨୦.୭, ଭୁବନେଶ୍ୱରରେ ୧୯.୨, ଗୋପାଳପୁରରେ୧୯.୨, ପୁରୀରେ ୨୦.୪, ବାରିପଦାରେ ୨୦.୪, ନୟାଗଡ଼ରେ ୧୯.୫, ଭଦ୍ରକରେ ୨୦.୫ ଓ ଯାଜପୁରରେ ୨୦ ଡିଗ୍ରୀ ରହିଥିଲା।

Advertisment

ଅନ୍ୟପକ୍ଷରେ ଅନୁଗୋଳରେ ସର୍ବାଧିକ ଦିନ ତାପମାତ୍ରା ୨୨.୧ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୨୮.୬, କେନ୍ଦୁଝରଗଡ଼ରେ ୨୨.୪, ସମ୍ବଲପୁରରେ ୨୮.୨, ସୁନ୍ଦରଗଡ଼ରେ ୨୬.୫, ହୀରାକୁଦରେ ୨୭.୨, ତାଳଚେରରେ ୨୪,ଭବାନୀପାଟଣାରେ ୨୭.୫,ବଲାଙ୍ଗିରରେ ୨୮.୪, ଫୁଲବାଣୀରେ ୨୨.୭, ଟିଟିଲାଗଡ଼ରେ ୨୭.୫, ମାଲକାନଗିରିରେ ୨୯.୭, ସୋନପୁରରେ ୨୯.୮, ଦାରିଙ୍ଗବାଡ଼ିରେ ୨୨.୫, ବୌଦ୍ଧରେ ୨୯, ପାରଳାଖେମୁଣ୍ଡିରେ ୨୩.୪, ରାୟଗଡ଼ାରେ ୨୩., ବରଗଡ଼ରେ ୨, ଦେବଗଡ଼ରେ ୨୫, ନୂଆପଡ଼ାରେ ୨୯.୪, ନବରଙ୍ଗପୁରରେ ୨୬.୫, ଜଗତସିଂହପୁରରେ ୨୨.୮ ଓ ରାଉରକେଲାରେ ୨୬.୪ ଡିଗ୍ରୀ ରେକର୍ଡ କରାଯାଇଛି।     

ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍ ଅନୁଯାୟୀ, ଆସନ୍ତାକାଲି (ମାର୍ଚ୍ଚ ୨୧ ତାରିଖ) ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଜଗତସିଂହପୁର, କଟକ, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କୋରାପୁଟ, ମାଲକାନଗିରି, ରାୟଗଡ଼ା,କନ୍ଧମାଳ, ଢେଙ୍କାନାଳ,ବୌଦ୍ଧ,ଅନୁଗୋଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। 

୨୧ ତାରିଖ ସକାଳ ସାଢ଼େ ୮ଟାରୁ ୨୨ ତାରିଖ ସକାଳ ସାଢ଼େ୮ଟା ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ,ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ତେବେ ‌ଏହି ସମୟ ମଧ୍ୟରେ କୌଣସି ୱାର୍ଣ୍ଣିଂ ଜାରି ହୋଇନାହିଁ। ସେହିଭଳି ଅନ୍ୟାନ୍ୟ ସବୁ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୨୨ ତାରିଖ ସକାଳ ସାଢ଼େ୮ଟାରୁ ୨୫ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ,ଆସନ୍ତାକାଲି ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୪ ଡିଗ୍ରୀ ରହିପାରେ। ସେହିପରି ମାଲକାନଗିରି, ଟିଟିଲାଗଡ଼, ଭବାନୀପାଟଣା, ସମ୍ବଲପୁର ଓ ବୌଦ୍ଧରେ ଦିନ ତାପମାତ୍ରା ୩୩ ଡିଗ୍ରୀ,  ନୂଆପଡ଼ା ଓ ସୋନପୁରରେ ୩୨,ପାରଳାଖେମୁଣ୍ଡି, ଛତ୍ରପୁର ଓ ସୁନ୍ଦରଗଡ଼ରେ ୩୧ ଡିଗ୍ରୀ ରହିବାର ସମ୍ଭାବନା ରହିଛି।   

୨୨ ତାରିଖରେ ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୩୭ ଡିଗ୍ରୀ ରହିପାରେ। ସେହିପରି ମାଲକାନଗିରି, ଭବାନୀପାଟଣା, ଟିଟିଲାଗଡ଼, ବଲାଙ୍ଗିର, ସୋନପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଦିନ ତାପମାତ୍ରା ୩୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। ନୂଆପଡ଼ା, ରାୟଗଡ଼ା,ପାରଳାଖେମୁଣ୍ଡି ଓ ସୁନ୍ଦରଗଡ଼ରେ ତାପମାତ୍ରା ୩୪ ଡିଗ୍ରୀ ଏବଂ ସମ୍ବଲପୁରରେ ୩୫ ଡିଗ୍ରୀ ରହିପାରେ। ଭୁବନେଶ୍ୱରରେ ୩୨ ଡିଗ୍ରୀ, କଟକ,ରାଉରକେଲା, ଫୁଲବାଣୀ ଓ କୋରାପୁଟ ଆଦି ସ୍ଥାନରେ ସର୍ବାଧିକ ଦିନ ତାପମାତ୍ରା ୩୩ ଡିଗ୍ରୀ ରହିପାରେ।

ମାର୍ଚ୍ଚ ୨୩ ତାରିଖରେ ବୌଦ୍ଧ ଓ ଟିଟିଲାଗଡ଼ରେ ସର୍ବାଧିକ ଦିନ ତାପମାତ୍ରା ୩୯ ଡିଗ୍ରୀ ରହିବାର ସମ୍ଭାବନା ଥିବା ବେଳେ ମାଲକାନଗିରି, ବଲାଙ୍ଗିର ଓ ସୋନପୁରରେ ୩୮, ଭବାନୀପାଟଣା, ସମ୍ବଲପୁର, ଝାରସୁଗୁଡ଼ା ଓ ପାରଳାଖେମୁଣ୍ଡିରେ ୩୭, ରାୟଗଡ଼ା, ନୂଆପଡ଼ା, ସୁନ୍ଦରଗଡ଼ ଓ ରାଉରକେଲାରେ ୩୬ ଡିଗ୍ରୀ ସେଲ୍‌ସିୟସ ରହିପାରେ। ସେହିପରି କଟକରେ ୩୫ ଓ ଭୁବନେଶ୍ୱରରେ ୩୪ ଡିଗ୍ରୀ ସେଲ୍‌ସିୟସ ରହିପାରେ ଦିନର ସର୍ବାଧିକ ତାପମାତ୍ରା।

ମାର୍ଚ୍ଚ ୨୪ ତାରିଖରେ ବୌଦ୍ଧ ଓ ଟିଟିଲାଗଡ଼ର ସର୍ବାଧିକ ଦିନ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରହିବାର ସମ୍ଭାବନା ଥିବା ବେଳେ ବଲାଙ୍ଗିର, ମାଲକାନଗିରି, ରାୟଗଡ଼ା, ସୋନପୁର ଓ ଝାରସୁଗୁଡ଼ାରେ ୩୮, ପାରଳାଖେମୁଣ୍ଡି, ଭବାନୀପାଟଣା ଓ ସମ୍ବଲପୁରରେ ୩୭, ସୁନ୍ଦରଗଡ଼,ରାଉରକେଲା, ଫୁଲବାଣୀ, ଅନୁଗୋଳ, ଢେଙ୍କାନାଳ, କଟକ, ଚାନ୍ଦବାଲି, ଭୁବନେଶ୍ୱର, ନୂଆପଡ଼ା ଓ ଭଦ୍ରକରେ ୩୬, ଛତ୍ରପୁର, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, ବାରିପଦା,ବାଲେଶ୍ୱର ଓ କୋରାପୁଟ ଆଦି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ରହିପାରେ।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫.୨ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୦.୬ ମିମି ତୁଳନାରେ ୩୮୯୬୬% ଅଧିକ ରହିଛି। ଢେଙ୍କାନାଳରେ ୪୯.୬ ମିମି ବର୍ଷା ହୋଇଥିବା ବେଳେ ବୌଦ୍ଧରେ ୪୭.୮, ନୂଆପଡ଼ାରେ ୪୩.୬ ଓ କନ୍ଧମାଳରେ ୪୨.୯ ମିମି ବର୍ଷା ରେକର୍ଡ କରାଯାଇଛି। 

Heat Wave Weather Update Weather Forecast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe