Advertisment

ତାଳଚେର ପାଲଟିଲା ରାଜ୍ୟ ଉତ୍ତପ୍ତ ସହର

୨୮ଟି ସହରରେ ତାପମାତ୍ରା ୪୧ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

author-image
Manoranjan Sial
undefined

Heat Wave

ତାଳଚେର ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ଆଜି ଏଠାରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି। ତା’ ତଳକୁ ରହିଛି ବୌଦ୍ଧ। ଏଠାରୁ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୨୮ଟି ସହରରେ ତାପମାତ୍ରା ୪୧ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଟିଟିଲାଗଡ଼ରେ ୪୪.୫ ଡିଗ୍ରୀ, ନୂଆପଡ଼ାରେ ୪୪.୪ ଡିଗ୍ରୀ, ଅନୁଗୋଳରେ ୪୪.୩ ଡିଗ୍ରୀ, ଝାରସୁଗୁଡ଼ାରେ ୪୪.୩ ଡିଗ୍ରୀ, ବଲାଙ୍ଗିରରେ ୪୪ ଡିଗ୍ରୀ, ବାରିପଦାରେ ୪୩.୮ ଡିଗ୍ରୀ, ସମ୍ୱଲପୁରରେ ୪୩.୫ ଡିଗ୍ରୀ, ଭବାନୀପାଟଣାରେ ୪୩.୫ ଡିଗ୍ରୀ, ସୋନପୁରରେ ୪୩.୫ ଡିଗ୍ରୀ, ହୀରାକୁଦରେ ୪୩.୨ ଡିଗ୍ରୀ, ନୟାଗଡ଼ରେ ୪୩ ଡିଗ୍ରୀ, ଭଦ୍ରକରେ ୪୩ ଡିଗ୍ରୀ, ଯାଜପୁରରେ ୪୩ ଡିଗ୍ରୀ, ଚାନ୍ଦବାଲିରେ ୪୨.୮ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୭ ଡିଗ୍ରୀ, ଢେଙ୍କାନାଳରେ ୪୨.୬ ଡିଗ୍ରୀ, ମାଲକାନଗିରିରେ ୪୨.୫ ଡିଗ୍ରୀ ଓ ରାଉରକେଲାର ତାମପାତ୍ରା ୪୨.୪ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ବରଗଡ଼ରେ ୪୨.୪ ଡିଗ୍ରୀ,କେନ୍ଦ୍ରାପଡ଼ାରେ ୪୨.୨ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୨ ଡିଗ୍ରୀ, ରାୟଗଡ଼ାରେ ୪୧.୬ ଡିଗ୍ରୀ, କଟକରେ ୪୧.୫ ଡିଗ୍ରୀ, ଭୁବନେଶ୍ୱରରେ ୪୧.୩ ଡିଗ୍ରୀ, କେନ୍ଦୁଝରରେ ୪୧.୩ ଡିଗ୍ରୀ,ଫୁଲବାଣୀରେ ୪୧.୩ ଡିଗ୍ରୀ, ଦେବଗଡ଼ରେ ୩୯.୮ ଡିଗ୍ରୀ, ବାଲେଶ୍ୱରରେ ୩୯.୭ ଡିଗ୍ରୀ, ଖୋର୍ଦ୍ଧାରେ ୩୯.୫ ଡିଗ୍ରୀ, ଜଗତସିଂହପୁରରେ ୩୮.୨ ଡିଗ୍ରୀ, ଛତ୍ରପୁରରେ ୩୮.୬ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୮ ଡିଗ୍ରୀ, ପାରାଦୀପରେ ୩୪.୭ ଡିଗ୍ରୀ, ପୁରୀରେ ୩୪.୨ ଡିଗ୍ରୀ ଓ ଗୋପାଳପୁରରେ ତାପମାତ୍ରା ୩୨.୮ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment
Heat Wave Heat Wave In Odisha Angul