Advertisment

ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୪ ଡିଗ୍ରୀ ଡେଇଁଲା ତାପମାତ୍ରା, ୪୩ ବା ତା’ ଉପରେ ୧୦ ସହର

ଆଜି ରାଜ୍ୟରେ ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରହିଛି। ସେଥିରୁ ୧୦ଟି ସହରର ତାପମାତ୍ରା ୪୩ ଡିଗ୍ରୀ ବା ତା’ ଉପରେ ରହିଛି।

author-image
Jitendra Garnayak
Heat Wave

Heat Wave

ଆଜି ବି ପ୍ରଚଣ୍ଡ ତାତିରେ କଲବଲ ହେଲା ସାରା ଓଡ଼ିଶା। ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ଆଜି ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସ ଛୁଇଁଛି। ୪୪.୩ ଡିଗ୍ରୀ ସହ ବୌଦ୍ଧ ପାଲଟିଛି ସର୍ବାଧିକ ଉତ୍ତପ୍ତ ସହର। ଏହା ତଳକୁ ରହିଛି ବାରିପଦା। ଆଜି ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ଆଜି ରାଜ୍ୟରେ ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରହିଛି। ସେଥିରୁ ୧୦ଟି ସହରର ତାପମାତ୍ରା ୪୩ ଡିଗ୍ରୀ ବା ତା’ ଉପରେ ରହିଛି।

ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଅନୁଗୋଳରେ ୪୩.୭, ଟିଟିଲାଗଡ଼ରେ ୪୩.୫, ବଲାଙ୍ଗିରରେ ୪୩, ଭବାନୀପାଟଣାରେ ୪୩, ମାଲକାନଗିରିରେ ୪୩, ନୂଆପଡ଼ାରେ ୪୩ ଓ ନୟାଗଡ଼ରେ ୪୩ ଡିଗ୍ରୀ ରହିଛି। ସେହିପରି ତାଳଚେରର ତାପମାତ୍ରା ୪୨.୮ ଡିଗ୍ରୀ ରହିଥିବା ବେଳେ କଟକରେ ୪୨.୭, ସମ୍ବଲପୁରରେ ୪୨.୫, ସୁନ୍ଦରଗଡ଼ରେ ୪୨.୫, ରାଉରକେଲାରେ ୪୨.୪, ଚାନ୍ଦବାଲିରେ ୪୨.୨, ପାରଳାଖେମୁଣ୍ଡିରେ ୪୨.୨, କେନ୍ଦୁଝରରେ ୪୨.୨, ହୀରାକୁଦରେ ୪୨.୧ ଓ ଢେଙ୍କାନାଳରେ ୪୨.୫ ଡିଗ୍ରୀ ରହିଛି।

Advertisment

କେନ୍ଦ୍ରାପଡ଼ାରେ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୪୧.୮, ଭଦ୍ରକରେ ୪୧.୭, ରାୟଗଡ଼ାରେ ୪୧.୬, ଯାଜପୁରରେ ୪୧.୫, ଖୋର୍ଦ୍ଧାରେ ୪୧.୫, ନବରଙ୍ଗପୁରରେ ୪୧.୫, ଫୁଲବାଣୀରେ ୪୧.୫, ଭୁବନେଶ୍ୱରରେ ୪୧.୪, ଜଗତସିଂହପୁରରେ ୪୦.୮, ଛତ୍ରପୁରରେ ୪୦.୫ ଓ ବରଗଡ଼ରେ ୪୦.୪ ଡିଗ୍ରୀ ରହିଛି। ବାଲେଶ୍ୱରରେ ୩୯.୪ ଡିଗ୍ରୀ ରହିଥିବା ବେଳେ ଦେବଗଡ଼ରେ ୩୯, କୋରାପୁଟରେ ୩୮.୬, ଦାରିଙ୍ଗବାଡ଼ିରେ ୩୮ ଓ ପାରାଦୀପରେ ୩୪.୮ ଡିଗ୍ରୀ ରେକର୍ଡ ହୋଇଛି।

ଚଳିତ ଏପ୍ରିଲ ମାସରେ ଏଯାବତ୍‌ ୬ ଦିନ ଅନୁଭୂତ ହେଲାଣି ହିଟୱେଭ୍। ଚଳିତ ମାସ ଆହୁରି ୩ ଦିନ ଅନୁଭୂତ ହେବ ହିଟୱେଭ୍। କାଲି ପାଇଁ ଗ୍ରୀଷ୍ମ ପ୍ରବାହରୁ ଅତି ଗ୍ରୀଷ୍ମ ପ୍ରବାହ ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ନୟାଗଡ଼, ମୟୂରଭଞ୍ଜ, ଅନୁଗୋଳ ଓ ବୌଦ୍ଧ। ଏହି ସବୁ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଗ୍ରୀଷ୍ପ ପ୍ରବାହରୁ ଅତି ଗ୍ରୀଷ୍ମ ପ୍ରବାହ ସ୍ଥିତି ଦେଖାଦେଇପାରେ। ସେହିଭଳି ଗ୍ରୀଷ୍ମ ପ୍ରବାହ ନେଇ କେନ୍ଦୁଝର, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କନାଳ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି। ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଦେଖାଦେଇପାରେ।

ଏପ୍ରିଲରେ ସାଧାରଣତଃ ୧ରୁ ୩ ଦିନ ଯାଏଁ ହିଟୱେଭ୍ ଅନୁଭୂତ ହୁଏ। ଗତବର୍ଷ ଏପ୍ରିଲରେ ୫ ଦିନ ହିଟୱେଭ ଅନୁଭୂତ ହୋଇଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି। 

Heat Wave Heat Wave In Odisha Weather Update Weather News