ରାଜଧାନୀ ତାପମାତ୍ରା ୩୯.୮ ଡିଗ୍ରୀ; କିନ୍ତୁ ଲାଗୁଛି ୬୨ ଡିଗ୍ରୀ ଭଳି ଗରମ

ଦିନ ସାଢ଼େ ୨ଟା ସୁଦ୍ଧା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା। ଏଠାରେ ତାପମାତ୍ରା ୪୫.୬ ଡିଗ୍ରୀ ରେକର୍ଡ କରାଯାଇଛି। ଆଦ୍ରତା ୨୭ % ରହିଥିବାରୁ ଉତ୍ତାପ ୫୩ ଡିଗ୍ରୀ ଥିଲା ପରି ଲାଗୁଛି।

ଅସମ୍ଭାଳ ଗରମ ଯୋଗୁ ରାଜଧାନୀରେ ପିଲାମାନେ ଜଳ କ୍ରୀଡ଼ା କରୁଛନ୍ତି

  • Published: Wednesday, 29 May 2024
  • , Updated: 29 May 2024, 04:41 PM IST

ରାଜଧାନୀ ଭୁବନେଶ୍ୱର ଓ ବାଲେଶ୍ୱରରେ ଅସମ୍ଭାଳ ଗୁଳୁଗୁଳି ଅନୁଭୂତ ହେଉଛି। ଦିନ ସାଢ଼େ ୨ଟା ସୁଦ୍ଧା ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲେ ମଧ୍ୟ ବାଲେଶ୍ୱରରେ ଆଦ୍ରତା ୭୨% ଓ ଭୁବନେଶ୍ୱରରେ ୬୦% ରହିଛି। ଯେଉଁଥିପାଇଁ ଦୁଇ ସହରର ଉତ୍ତାପ ୬୨ ଡିଗ୍ରୀ ଥିଲା ଭଳି ଅନୁଭୂତ ହେଉଛି। ସେପଟେ ଆଜି ଝାରସୁଗୁଡ଼ା ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ X ରେ ଏନେଇ ସୂଚନା ଦେଇଛନ୍ତି।

ଦିନ ସାଢ଼େ ୨ଟା ସୁଦ୍ଧା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା। ଏଠାରେ ତାପମାତ୍ରା ୪୫.୬ ଡିଗ୍ରୀ ରେକର୍ଡ କରାଯାଇଛି। ଆଦ୍ରତା ୨୭ % ରହିଥିବାରୁ ଉତ୍ତାପ ୫୩ ଡିଗ୍ରୀ ଥିଲା ପରି ଲାଗୁଛି। ସମ୍ୱଲପୁରରେ ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଦ୍ରତା ୩୧% ରହିଥିବାରୁ ତାତି ୫୫ ଡିଗ୍ରୀ ଥିଲା ପରି ଅନୁଭୂତ ହେଉଥିଲା। ସେହିପରି ହୀରାକୁଦରେ ତାପମାତ୍ରା ୪୪.୮ ଥିବା ବେଳେ ଆଦ୍ରତା ୩୦% ରହିଛି। ଯେଉଁଥିପାଇଁ ଉତ୍ତାପ ୫୪ ଡିଗ୍ରୀ ଥିଲା ପରି ଲାଗୁଥିଲା। ଷ୍ଟିଲ୍‌ ସିଟି ରାଉରକେଲାରେ ତାପମାତ୍ରା ୪୩.୩ ଡିଗ୍ରୀ ରହିଛି। ଆଦ୍ରତା ୨୮% ରହିଥିବାରୁ ଗରମ ୪୯ ଡିଗ୍ରୀ ଥିଲା ପରି ଅନୁଭୂତ ହେଉଛି।

ଖଣି ଖାଦାନ ଭରା କେନ୍ଦୁଝରରେ ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି। ଆଦ୍ରତା ୪୦% ରହିଥିବାରୁ ତାତି ୫୧ ଡିଗ୍ରୀ ପରି ଅନୁଭୂତ ହେଉଛି। ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆଦ୍ରତା ୬୦% ରହିଥିବାରୁ ଗରମ ୬୨ ଡିଗ୍ରୀ ଥିଲା ପରି ଲାଗୁଛି। ଉତ୍ତର ଓଡ଼ିଶାର ବାଲେଶ୍ୱରରେ ତାପମାତ୍ରା ୩୭.୫ ଡିଗ୍ରୀ ରେକର୍ଡ ହୋଇଛି। ଆଦ୍ରତା ସର୍ବାଧିକ ୭୨% ରହିଥିବାରୁ ଗରମ ୬୨ ଡିଗ୍ରୀ ଥିଲା ପରି ଅନୁଭୂତ ହେଉଛି। ଯେଉଁଥିପାଇଁ ଅସମ୍ଭାଳ ହେଉଛି ଗୁଳୁଗୁଳି।

ଚାନ୍ଦବାଲିରେ ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ କରାଯାଇଛି। ଆଦ୍ରତା ୬୯% ଥିବାରୁ ତାତି ୫୯ ଡିଗ୍ରୀ ଥିଲା ପରି ଲାଗୁଛି। ଗୋପାଳପୁରରେ ତାପମାତ୍ରା ୩୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ଆଦ୍ରତା ୭୬% ଥିବାରୁ ତାତି ୫୨ ଡିଗ୍ରୀ ଥିଲା ପରି ଲାଗୁଛି। ପାରାଦୀପରେ ତାପମାତ୍ରା ୩୪.୪ ଡିଗ୍ରୀ ରେକର୍ଡ କରାଯାଇଛି। ଆଦ୍ରତା ୮୧% ରହିଥିବାରୁ ତାତି ୫୫ ଡିଗ୍ରୀ ରହିଲା ପରି ଅନୁଭୂତ ହେଉଛି। ଶ୍ରୀକ୍ଷେତ୍ର ପୁରୀରେ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ କରାଯାଇଛି। ଆଦ୍ରତା ୭୯% ରହିଥିବା ତାତି ୫୨ ଡିଗ୍ରୀ ତିଲା ପରି ଲାଗୁଛି।

Related story