Advertisment

ରେକର୍ଡ କଲା ରାଜଧାନୀ ତାତି: ମେ’ ୧ ଯାଏ ନିସ୍ତାର ନାହିଁ

ରାଜଧାନୀ ଭୁବନେଶ୍ୱରରେ ଏପ୍ରିଲ ମାସରେ ୪ର୍ଥ ସର୍ବୋଚ୍ଚ ତାପମାତ୍ରା ଆଜି ରେକର୍ଡ କରାଯାଇଛି।

Odisha

Odisha

Advertisment

ରେକର୍ଡ କରିଛି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା। ଚଳିତ ସିଜିନରେ ପ୍ରଥମଥର ପାଇଁ ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଛି। ଆଜି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

କେବଳ ରାଜଧାନୀ ନୁହେଁ, ପୂରା ରାଜ୍ୟ ପ୍ରବଳ ଖରା ଯୋଗୁ ଆଉଟପାଲଟ ହୋଇଛି। ୫ ସହରର ତାପମାତ୍ରା ୪୨ ଡିଗ୍ରୀ ଟପିଛି। ଭୁବନେଶ୍ୱର ବ୍ୟତୀତ ଝାରସୁଗୁଡ଼ାରେ ୪୩.୬, ରାଉରକେଲାରେ ୪୨.୫, ଚାନ୍ଦବାଲିରେ ୪୨.୪, ସମ୍ବଲପୁରରେ ୪୨.୧, ହୀରାକୁଦରେ ୪୧.୮, ବାଲେଶ୍ୱରରେ ୪୧.୭, କେନ୍ଦୁଝରରେ ୪୧.୫, ଗୋପାଳପୁରରେ ୩୫.୪ ଓ ପୁରୀରେ ତାପମାତ୍ରା ୩୪.୭ ଡିଗ୍ରୀ ରେକର୍ଡ କରାଯାଇଛି।

ରାଜଧାନୀ ଭୁବନେଶ୍ୱରରେ ଏପ୍ରିଲ ମାସରେ ୪ର୍ଥ ସର୍ବୋଚ୍ଚ ତାପମାତ୍ରା ଆଜି ରେକର୍ଡ କରାଯାଇଛି। ଶେଷଥର ପାଇଁ ଏପ୍ରିଲ ୧ ତାରିଖ ୨୦୨୧ରେ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଥିଲା।

Advertisment

୨୦୧୬ ଏପ୍ରିଲ ମାସରେ ରାଜଧାନୀ ଖରା ସବୁ ରେକର୍ଡ ଭାଙ୍ଗିଥିଲା। ୨୦୧୬ ମସିହା ଏପ୍ରିଲ ୧୧ରେ ତାପମାତ୍ରା ୪୫.୮ ଡିଗ୍ରୀ ରହିଥିଲା। ସେହିପରି ଏପ୍ରିଲ ୨୮ରେ ତାପମାତ୍ରା ୪୫.୧ ଓ ୧୯୮୫ ମସିହା ଏପ୍ରିଲ ୨୩ରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଥିଲା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଏବେ ତାତିରୁ କୌଣସି ପ୍ରକାରର ତ୍ରାହି ମିଳିବ ନାହିଁ। ମେ’ ପହିଲା ଯାଏ ପୂରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଏଥିପାଇଁ ୧ ମେ’ ଯାଏ ରାଜ୍ୟର ବିଭନ୍ନ ଜିଲ୍ଲାକୁ ହିଟୱେଭ୍ ଆଲର୍ଟ ଜାରି କରାଯାଇଛି। କାଲି ପାଇଁ ୧୩ ଓ ୨୯ ତାରିଖ ପାଇଁ ୧୪ ଜିଲ୍ଲାକୁ ରେଡ୍ ଆଲର୍ଟ ମଧ୍ୟରେ ରଖାଯାଇଛି। ଏପ୍ରିଲ ୨୮ରେ ମୟୂରଭଞ୍ଜ, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଖୋର୍ଦ୍ଧା, କଟକ, ସମ୍ବଲପୁର ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାକୁ ମଧ୍ୟ ରେଡ୍ ଆଲର୍ଟ ଜାରି କରାଯାଇଛି। 

ଶ୍ରୀ ଦାଶଙ୍କ କହିବା କଥା ଏବେ ଯେଉଁ ଖରା ହେଉଛି, ତାହା ହାର୍ଟ ରୋଗୀଙ୍କ ପାଇଁ ବେଶୀ ବିପଦ ସୃଷ୍ଟି କରିପାରେ। ସେହିବରି ମଧୁମେହ ରୋଗୀ ମଧ୍ୟ ସିଧାସଳଖ ପ୍ରଚଣ୍ଡ ଖରାରୁ ଦୂରେଇ ରହିବା ଦରକାର। ଦିନ ୧୧ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କେହି ବି ଘର ନ ବାହାରିବା ଭଲ ବୋଲି ସେ ପରାମର୍ଶ ଦେଇଛନ୍ତି।

ଶ୍ରୀ ଦାଶ ଆହୁରି କହିଛନ୍ତି ଯେ ମେ’ ୧ ତାରିଖ ଯାଏ ତାତିରେ କୌଣସି ପ୍ରକାରର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ସେହିପରି ମେ’ ୩ରୁ ୯ ଯାଏ ପୂରା ରାଜ୍ୟରେ ଆହୁରି ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ବିଗତ ୧୨ ଦିନ ହେବ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ଲଗାତାର ୪୦ ଡିଗ୍ରୀ ଉପରେ ରହୁଛି। ୨୦୧୦ ପରେ ଏପରି ସ୍ଥିତି ଦେଖାଦେଇଛି।

ଆଜି ରାଜଧାନୀ ତାପମାତ୍ରା ୪ ଡିଗ୍ରୀ ଡେଇଁଥିବା ବେଳେ ଏହା ପୂର୍ବରୁ ୪୩.୬ ଡିଗ୍ରୀ ରେକର୍ଡ କରାଯାଇଥିଲା। କେବଳ ରାଜଧାନୀ ନୁହେଁ, ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ସମାନ ସ୍ଥିତି ଲାଗି ରହିଛି। ଏପ୍ରିଲ ମାସରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୪ ଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଲାଣି। ଆଗକୁ କୌଣସି ବଡ଼ ବର୍ଷାର ସମ୍ଭାବନା ନଥିବାରୁ ମେ ମାସ ଦ୍ଵିତୀୟ ସପ୍ତାହ ଯାଏ ରାଜ୍ୟରେ ଏହିଭଳି ଗ୍ରୀଷ୍ମ ପ୍ରବାହ ଦେଖାଯିବ।

ଖାଲି ସେତିକି ନୁହେଁ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରା ଆହୁରି ୨ ଡିଗ୍ରୀ ଯାଏ ବୃଦ୍ଧି ପାଇବାର ଆଶଙ୍କା ରହିଛି। ରାଜ୍ୟର କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଓ ଆଉ କିଛି କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ବିଶେଷ କରି ଉତ୍ତର ଓଡ଼ିଶା ଓ ପଶ୍ଚିମ-ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅଧିକ ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ ବୋଲି ଶ୍ରୀ ଦାଶ କହିଛନ୍ତି।

Odisha Heat Wave Heat Wave In Odisha Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe