ମାଘ ମାସରେ ୩୬ ଡିଗ୍ରୀ ଟପିଲା ତାତି, କ’ଣ ଏହା ପଛର କାରଣ

ହଠାତ୍ ପାଗରେ କାହିଁକି ଏହି ପରିବର୍ତ୍ତନ ହେଲା? ଏହା ସାମୟିକ ନା ବସନ୍ତ ନ ଆସୁଣୁ ବୈଶାଖ ଆରମ୍ଭ ହେଲା ବୋଲି ଧରି ନିଆଯିବ?

Heat wave

Representational Image

Jitendra Garnayak
  • Published: Sunday, 02 February 2025
  • Updated: 02 February 2025, 08:42 PM IST

Sports

Latest News

ମାଘ ମାସରେ ବାଘ ଭଳି ଜାଡ଼ ହେବା କଥା। କିନ୍ତୁ ଆଉ ସେ ଜାଡ଼ ନାହିଁ। ଏଇ ଅଳ୍ପ କେଇ ଦିନ ଭିତରେ ପାଗରେ ଆସିଛି ହଠାତ୍ ପରିବର୍ତ୍ତନ। ମାଘ ମାସ ନସରୁଣୁ ଆରମ୍ଭ ହୋଇଯାଇଛି ଖରା। ଆଜି ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରି ଯାଇଛି। ବଲାଙ୍ଗିରରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୬.୭ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିଭଳି ଟିଟିଲାଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାରଳାଖେମୁଣ୍ଡିରେ ୩୫.୮, ଝାରସୁଗୁଡ଼ାରେ ୩୫.୬, ସମ୍ବଲପୁରରେ ୩୫.୧ ଓ ଭବାନୀପାଟଣାରେ ୩୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଅନୁଗୋଳ ଓ ସୁନ୍ଦରଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୩୪.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୩୪.୯ ଏବଂ କଟକରେ ୩୩ ଡିଗ୍ରୀ ରହିଥିଲା।

ପ୍ରଶ୍ନ ଉଠୁଛି, ହଠାତ୍ ପାଗରେ କାହିଁକି ଏହି ପରିବର୍ତ୍ତନ ହେଲା? ଏହା ସାମୟିକ ନା ବସନ୍ତ ନ ଆସୁଣୁ ବୈଶାଖ ଆରମ୍ଭ ହେଲା ବୋଲି ଧରି ନିଆଯିବ? ଏନେଇ ଉତ୍ତର ରଖିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ।

ସେ କହିଛନ୍ତି, ସାଧାରଣତଃ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଶୀତ ରହେ। ଖରାର ପ୍ରଭାବ ଟିକେ ଡେରିରେ ଆସେ। ଏ ବର୍ଷ ଟିକେ ଶୀଘ୍ର ଖରା ଆସିଛି। କିନ୍ତୁ ଏହି ତାପମାତ୍ରାରେ ଏତେ ଅସଙ୍ଗତି ପରିଲକ୍ଷିତ ହୋଇନାହିଁ। ବହୁତ କମ୍ ଜାଗାରେ ତାପମାତ୍ରା ୩୪/୩୫ ଡିଗ୍ରୀ ଯାଉଛି। ଅଧିକାଂଶ ସ୍ଥାନରେ ତାପମାତ୍ରା ୩୪ ବା ୩୩ ଡିଗ୍ରୀ ତଳେ ରହୁଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବଢ଼ିବାର କାରଣ ଅଛି। ଏବେ ଦକ୍ଷିଣ-ପଶ୍ଚିମରୁ ଅର୍ଥାତ୍ ତେଲଙ୍ଗାନା, କର୍ଣ୍ଣାଟକାର କିଛି ଅଂଶ ଓ ମହାରାଷ୍ଟ୍ର ପଟରୁ ପବନ ଆସୁଛି। ଏବେ ସେହି ଅଞ୍ଚଳରେ ତାପମାତ୍ରା ଟିକେ ଅଧିକ ରହିଛି। ସେହି ସବୁ ଅଞ୍ଚଳର ବିଭିନ୍ନ ସ୍ଥାନରେ ତାପମାତ୍ରା ୩୩ରୁ ୩୬ ଡିଗ୍ରୀ ରହୁଛି। ତେଣୁ ଆମର ଏଠାରେ ତାପମାତ୍ରା ବଢ଼ି ଯାଉଛି। ଦକ୍ଷିଣ-ପଶ୍ଚିମ ପବନ ସାଧାରଣତଃ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ପରେ ଆସିଥାଏ। ଏ ବର୍ଷ ତାହା ଶୀଘ୍ର ଆସିଛି। କାରଣ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଉପକୂଳରେ ଏକ ଗୁରୁଚାପ ରହୁଛି। ସେହି ଗୁରୁଚାପ ଯୋଗୁ ପବନ ଦୂରରେ କର୍ଣ୍ଣାଟକା ପାଖରେ ବୁଲି କେନ୍ଦ୍ର ଭାରତ ଆଡ଼କୁ ଯାଉଛି। ସେହି ପବନ ପ୍ରଭାବରେ ଆମର ଏଠାରେ ତାପମାତ୍ରା ବଢୁଛି।

Also Read

ସେହିପରି ଉତ୍ତର-ପଶ୍ଚିମ ଭାରତରେ ଏକ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ରହିଛି। ସେଥିପାଇଁ ସେଠାରୁ ଥଣ୍ଡା ପବନ ଓଡ଼ିଶା ଆଡ଼କୁ ଆସିପାରୁ ନାହିଁ। ଯେତେବେଳେ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ସକ୍ରିୟ ରହେ ଆମର ପାଣିପାଗ ଟିକେ ଉଷୁମ ରହେ। କିନ୍ତୁ ଏବେ ସେଠାରେ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ପାଗ ଗରମ ଥିବା ବେଳେ ଓ ଦକ୍ଷିଣ-ପଶ୍ଚିମ ଦିଗରୁ ଆସୁଥିବା ପବନ ଯୋଗୁ ତଥା ଓଡ଼ିଶାର ଆକାଶ ମେଘମୁକ୍ତ ଥିବା ଯୋଗୁ ତାପମାତ୍ରା ବଢ଼ିଛି। ତା’ ସହିତ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଦ୍ରତା କମ୍ ରହୁଛି। ଫଳରେ ତାପମାତ୍ରା ବଢୁଛି। ଏମିତିକି ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା ୩୪ ଡିଗ୍ରୀ ପର୍ଯ୍ୟନ୍ତ ପଳାଉଛି। ଭୁବନେଶ୍ୱରରେ ଯେଉଁ ଜଳୀୟ ବାଷ୍ପ ରହୁଛି, ତା’ର ସୂର୍ଯ୍ୟକିରଣକୁ ଗ୍ରହଣ କରି ନେବାର କ୍ଷମତା ରହୁଛି। ଫଳରେ ଭୁବନେଶ୍ୱରରେ ତାପମାତ୍ରା ବଢୁଛି। ତେବେ ଏହା ଏକ ସାମୟିକ ପ୍ରକ୍ରିୟା। ଫେବ୍ରୁଆରୀ ୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ଏହି ପ୍ରକାର ସ୍ଥିତି ରହିବ। ୧ ଡିଗ୍ରୀ ଭିତରେ ତାପମାତ୍ରା କମ୍ ବେଶୀ ହେବ। ୬ ତାରିଖରୁ ତାପମାତ୍ରା କମିବାର ସମ୍ଭାବନା ରହୁଛି। କାରଣ ଏହା ଟ୍ରାଞ୍ଜିଟ୍ ପରିୟଡ୍‌। ଶୀତ ଋତୁ ଯାଉଛି ଓ ବସନ୍ତ ଋତୁ ଆସୁଛି। ଏଭଳି ସ୍ଥିତିରେ ବର୍ଷେ ବର୍ଷେ ଏମିତି ହଠାତ୍ ତାପମାତ୍ରା ବଢ଼ି ଯାଇଥାଏ। ଏ ବର୍ଷ ତାପମାତ୍ରା ବଢ଼ିଲେ ବି ତାହା ଅପ୍ରତ୍ୟାଶିତ ଭାବେ ବହୁତ ଅଧିକ ହୋଇନାହିଁ। ଫେବ୍ରୁଆରୀ ୧୫ ତାରିଖ ପରେ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଶ୍ରୀ ସାହୁ। 

ଅନ୍ୟପକ୍ଷରେ ଫେବ୍ରୁଆରୀ ମାସ ଶେଷ ହେବା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ। ସେ କହିଛନ୍ତି, ଦିନ ବେଳେ ତାପମାତ୍ରା ବଢୁଥିବା ଯୋଗୁ ସମୁଦ୍ର ଆଡୁ ପବନ ଆସିବାକୁ ପାଗ ଅନୁକୂଳ ରହୁଛି। ଅପରାହ୍ନ ବା ସନ୍ଧ୍ୟା ସମୟରେ ଦକ୍ଷିଣ ବା ଦକ୍ଷିଣ-ପୂର୍ବ ଦିଗରୁ ଓଡ଼ିଶା ଆଡ଼କୁ ପବନ ଆସୁଛି। ସେଥିରେ ଯେଉଁ ଅଳ୍ପ ପରିମାଣରେ ଜଳୀୟ ବାଷ୍ପ ସ୍ଥଳଭାଗକୁ ଆସୁଛି, ତାହା କୁହୁଡ଼ି ସୃଷ୍ଟି କରିବାରେ ସହଯୋଗ କରୁଛି। ଏହି ପ୍ରକ୍ରିୟା ଫେବ୍ରୁଆରୀ ମାସ ଶେଷ ପର୍ଯ୍ୟନ୍ତ ବଜାୟ ରହିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story