ଆହୁରି ବଢ଼ିବ ତାତି। ଏପ୍ରିଲ ଠାରୁ ଅଧିକ କଲବଲ କରିବ ମେ’। ଘରୁ ବାହାରିବା ହୋଇଯିବ ମୁସକିଲ୍। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ତ୍ରାହି ତ୍ରାହି ଟାକିବେ ଲୋକେ। ଏପରି ଆଗୁଆ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗର କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଟ୍ୱିଟ୍ କରି କହିଛନ୍ତି ଯେ, ମେ’ ମାସରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ। ସବୁବର୍ଷ ଅପେକ୍ଷା ଚଳିତ ମେ’ ମାସରେ ତାତି ଅଧିକ ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ମେ’ ମାସରେ କେମିତି ରହିବ ଗ୍ରୀଷ୍ମର ପ୍ରକୋପ ଚଳିତ ମାସ ଶେଷ ସୁଦ୍ଧା ବିବରଣୀ ଜାରି କରାଯିବ।
ଗତକାଲି ଏ ବର୍ଷ ପ୍ରଥମ ଥର ପାଇଁ ୪୪ ଡିଗ୍ରୀ ପାର୍ କରିଛି ରାଜ୍ୟର ତାତି।୪୪.୩ ଡିଗ୍ରୀ ସହ ବୌଦ୍ଧ ପାଲଟିଥିଲା ସର୍ବାଧିକ ଉତ୍ତପ୍ତ ସହର। ଏହା ତଳକୁ ରହିଥିଲା ବାରିପଦା। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ଗତକାଲି ରାଜ୍ୟରେ ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରହିଥିଲା। ସେଥିରୁ ୧୦ଟି ସହରର ତାପମାତ୍ରା ୪୩ ଡିଗ୍ରୀ ବା ତା’ ଉପରେ ରହିଥିଲା।
କାଳବୈଶାଖୀ ହେବାର ଥିବାରୁ ୨୧ ଓ ୨୨ ତାରିଖରେ ତାତି ଟିକେ କମିବ। ୨୪ ତାରିଖ ଯାଏଁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ।
Above normal May 2024 predicted for the major part of India based on multi mod ensemble forecast..
— usd (@usd0705) April 19, 2024
IMD will release its maximum temperature out look for May, 202 in the end of April, 2024.
Source: @WMO pic.twitter.com/jgAjzu7iHF