Advertisment

ରାଜ୍ୟରେ ପୁଣି ୪୫ ଡିଗ୍ରୀ ଡେଇଁଲା ତାତି, ୪୬ ପାଖାପାଖି ହେଲା

୧୭ଟି ସହରର ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ ପରେ ରେକର୍ଡ କରାଯାଇଛି। ସେହିପରି ୧୦ଟି ସହରର ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତା’ ଉପରେ ରେକର୍ଡ କରାଯାଇଛି।

author-image
Jitendra Garnayak
Heatwave

Heatwave

ବେଶ୍ କିଛି ଦିନର ବ୍ୟବଧାନ ପରେ ଆଜି ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରିଛି। ତିନିଟି ସହରର ତାପମାତ୍ରା ୪୫ ଡିଗ୍ରୀ ବା ତା’ ଉପରେ ରେକର୍ଡ କରାଯାଇଛି। ବୌଦ୍ଧ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହରର। ଏଠାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୫.୯ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସୋନପୁରରେ ୪୫.୩ ଓ ଟିଟିଲାଗଡ଼ରେ ୪୫ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ଝାରସୁଗୁଡ଼ା, ସମ୍ବଲପୁର ଓ ବଲାଙ୍ଗିରରେ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଭବାନୀପାଟଣାରେ ୪୪ ଡିଗ୍ରୀ ସେଲ୍‌ସିୟସ ରହିଛି। ଝାରସୁଗୁଡ଼ାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୮ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁରରେ ୪୪.୬ ଓ ବଲାଙ୍ଗିରରେ ୪୪.୫ ଡିଗ୍ରୀ ରହିଛି।

ହୀରାକୁଦରେ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୪୩.୩, ନୂଆପଡ଼ାରେ ୪୩, ତାଳଚେରରେ ୪୨.୨, ବରଗଡ଼ରେ ୪୨.୨, ମାଲକାନଗିରିରେ ୪୧.୬, ସୁନ୍ଦରଗଡ଼ରେ ୪୧.୬, ପାରଳାଖେମୁଣ୍ଡିରେ ୪୧.୫, ଅନୁଗୋଳରେ ୪୧.୧ ଓ ନୟାଗଡ଼ରେ ୪୦.୩ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

Advertisment

ଭୁବନେଶ୍ୱରରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରୀ ରହିଥିବା ବେଳେ ଖୋର୍ଦ୍ଧାର ୩୯, ରାୟଗଡ଼ାରେ ୩୯.୬, ଢେଙ୍କାନାଳରେ ୩୯.୩, ନବରଙ୍ଗପୁରରେ ୩୮.୫, କେନ୍ଦୁଝରରେ ୩୮.୨ ଓ କଟକରେ ୩୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

ବାତ୍ୟା ‘ରେମାଲ’ ପ୍ରଭାବରେ ରାଜ୍ୟରେ ଗତ ଦୁଇ ଦିନ ପାଗ ଅପେକ୍ଷାକୃତ ଭଲ ରହିଥିବା ବେଳେ ଆଜିଠାରୁ ତାପମାତ୍ରା ବଢ଼ିବ ବୋଲି ଆକଳନ କରିଥିଲା ପାଣିପାଗ ବିଭାଗ। ରାଜ୍ୟରେ ଆଜି ୧୭ଟି ସହରର ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ ପରେ ରେକର୍ଡ କରାଯାଇଛି। ସେହିପରି ୧୦ଟି ସହରର ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତା’ ଉପରେ ରେକର୍ଡ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏକ୍ସରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଗାମୀ ୩ ଦିନରେ ଦିନର ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। ଆସନ୍ତାକାଲି ଭବାନୀପାଟଣା, ଝାରସୁଗୁଡ଼ା, ବଲାଙ୍ଗିର ଓ ନୂଆପଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସ ଛୁଇଁପାରେ। ସୁନ୍ଦରଗଡ଼, ରାଉରକେଲା, ବୌଦ୍ଧ ଓ ସମ୍ବଲପୁରରେ ତାପମାତ୍ରା ୪୩ ଡିଗ୍ରୀ ଏବଂ ବରଗଡ଼ରେ ୪୦, ସୋନପୁରରେ ୪୨, ମାଲକାନଗିରିରେ ୪୧, ରାୟଗଡ଼ାରେ ୪୦, ଅନୁଗୋଳରେ ୪୦, ଭୁବନେଶ୍ୱରରେ ୩୯ ଓ କଟକରେ ୩୮ ଡିଗ୍ରୀ ସେଲ୍‌ସିୟସ ରହିପାରେ।

Heat Wave Heat Wave In Odisha Weather Update Weather Forecast