Advertisment

ତିନି ଦିନ ମଧ୍ୟରେ ୪୫ ଡିଗ୍ରୀ ଛୁଇଁବ ତାପମାତ୍ରା!

୧୭ ରୁ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ ରୁ ୪୫ଡିଗ୍ରୀ ଯାଏଁ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

author-image
Jitendra Garnayak
undefined

Heat Wave

ବର୍ତ୍ତମାନ ବାୟୁମଣ୍ଡଳର ନିମ୍ନ ଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଛି ତଥା ସୂର୍ଯ୍ୟ କିରଣର ତୀବ୍ରତା ବୃଦ୍ଧି ପାଉଥିବାରୁ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୪ ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହେବା ସହ ୧୭ ରୁ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ ରୁ ୪୫ଡିଗ୍ରୀ ଯାଏଁ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଭଳି ପାଣିପାଗ ସ୍ଥିତିକୁ ଲକ୍ଷ୍ୟ କରି ବିଭାଗ ତରଫରୁ ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି।

Advertisment

ପାଣିପାଗ ବିଭାଗ କରିଥିବା ଆକଳନ ଅନୁଯାୟୀ, ଆସନ୍ତାକାଲି (ଏପ୍ରିଲ ୧୬ ତାରିଖ) ରାଜ୍ୟର ୩୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରହିବ। ଭୁବନେଶ୍ୱର, କଟକ, ଭବାନୀପାଟଣା ଓ ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ। ମାଲକାନଗିରି, ପାରଳାଖେମୁଣ୍ଡି, ଟିଟିଲାଗଡ଼, ବଲାଙ୍ଗିର, ବୌଦ୍ଧ, ରାଉରକେଲା, ବାରିପଦା ଓ ନୟାଗଡ଼ ଆଦି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ରହିପାରେ। ସେହିପରି ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୋଳ, କେନ୍ଦୁଝରଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଖୋର୍ଦ୍ଧାରେ ତାପମାତ୍ରା ୪୧ ଡିଗ୍ରୀ ରହିପାରେ। ନବରଙ୍ଗପୁର, ସୋନପୁର, ବରଗଡ଼, ଫୁଲବାଣୀ, ଢେଙ୍କାନାଳ ଓ ଚାନ୍ଦବାଲିରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ।

ଏପ୍ରିଲ ୧୭ ତାରିଖରେ ଆହୁରି ବଢ଼ିବ ଖରା। ସେଦିନ ଭୁବନେଶ୍ୱର, କଟକ ଓ ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ଛୁଇଁପାରେ। ମାଲକାନଗିରି, ପାରଳାଖେମୁଣ୍ଡି, ଟିଟିଲାଗଡ଼, ବଲାଙ୍ଗିର, ବୌଦ୍ଧ, ରାଉରକେଲା, ବାରିପଦା, ନୟାଗଡ଼, ଅନୁଗୋଳ ଓ ଭବାନୀପାଟଣାରେ ତାପମାତ୍ରା ୪୩ ଡିଗ୍ରୀ ରହିପାରେ। ନୂଆପଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବାଲେଶ୍ୱର, କେନ୍ଦ୍ରାପଡ଼ା,ଜଗତସିଂହପୁର, ସୋନପୁର ଓ କେନ୍ଦୁଝରଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ ରହିପାରେ। ସେହିଭଳି ନବରଙ୍ଗପୁର, ରାୟଗଡ଼ା,ବରଗଡ଼, ଢେଙ୍କାନାଳ, ଭଦ୍ରକ, ଚାନ୍ଦବାଲି ଓ ଖୋର୍ଦ୍ଧା ଆଦି ସ୍ଥାନରେ ତାପମାତ୍ରା ୪୧ ଡିଗ୍ରୀ ରହିପାରେ। ଦେବଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ରହିପାରେ।

Advertisment

ଏପ୍ରିଲ ୧୮ ତାରିଖରେ ଟିଟିଲାଗଡ଼ ଓ ବଲାଙ୍ଗିରର ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ। ତା’ସହିତ ଭୁବନେଶ୍ୱର, କଟକ, ବୌଦ୍ଧ, ଭବାନୀପାଟଣା, ଅନୁଗୋଳ ଓ ଝାରସୁଗୁଡ଼ାରେ ତାପମାତ୍ରା ୪୪ ଡିଗ୍ରୀ ରହିପାରେ। ମାଲକାନଗିରି, ପାରଳାଖେମୁଣ୍ଡି, ନୂଆପଡ଼ା, ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼, ରାଉରକେଲା, ନୟାଗଡ଼, ବାରିପଦା, ଯାଜପୁର ଓ କେନ୍ଦ୍ରାପଡ଼ାରେ ତାପମାତ୍ରା ୪୩ ଡିଗ୍ରୀ ରହିପାରେ। ସେହିପରି ନବରଙ୍ଗପୁରରେ ତାପମାତ୍ରା ୪୧ ଡିଗ୍ରୀ, ଖୋର୍ଦ୍ଧାରେ ୪୨, ଜଗତସିଂହପୁରରେ ୪୨, ଚାନ୍ଦବାଲିରେ ୪୨,ବାଲେଶ୍ୱରରେ ୪୨, କେନ୍ଦୁଝରଗଡ଼ରେ ୪୨, ଢେଙ୍କାନାଳରେ ୪୧, ଦେବଗଡ଼ରେ ୪୦, ଛତ୍ରପୁରରେ ୪୦ ଓ ଫୁଲବାଣୀରେ ୪୨ ଡିଗ୍ରୀ ରହିପାରେ।

ଏପ୍ରିଲ ୧୯ ତାରିଖରେ ମଧ୍ୟ ଟିଟିଲାଗଡ଼ ଓ ବଲାଙ୍ଗିରର ଦିନର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ସେଲ୍‌ସିୟସ ରହିପାରେ। ଏହି ଦିନ ଭୁବନେଶ୍ୱର, କଟକ, ଅନୁଗୋଳ, ବୌଦ୍ଧ,ନୟାଗଡ଼, ବାରିପଦା, ରାଉରକେଲା, ଝାରସୁଗୁଡ଼ା, ମାଲକାନଗିରି ଓ ପାରଳାଖେମୁଣ୍ଡି ଆଦି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ରହିପାରେ। ନୂଆପଡ଼ା, ରାୟଗଡ଼ା, କେନ୍ଦ୍ରାପଡ଼ା, ଯାଜପୁର, ସୁନ୍ଦରଗଡ଼,ସମ୍ବଲପୁର, ରାୟଗଡ଼ା ଓ ସୋନପୁର ଆଦି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ରହିପାରେ। ସେହିପରି ନବରଙ୍ଗପୁରରେ ୪୨ ଡିଗ୍ରୀ, କୋରାପୁଟରେ ୪୦, ଫୁଳବାଣୀରେ ୪୨, ଛତ୍ରପୁରରେ ୪୦, ଖୋର୍ଦ୍ଧାରେ ୪୨, ବରଗଡ଼ରେ ୪୨, ଦେବଗଡ଼ରେ ୪୦, ଢେଙ୍କାନାଳରେ ୪୨, ଭଦ୍ରକରେ ୪୨, ଚାନ୍ଦବାଲିରେ ୪୨, ବାଲେଶ୍ୱରରେ ୪୨ ଓ ଜଗତସିଂହପୁରରେ ୪୨ ଡିଗ୍ରୀ ରହିପାରେ ତାପମାତ୍ରା।

ଗ୍ରୀଷ୍ମ ପ୍ରବାହ ନେଇ ଆସନ୍ତାକାଲି ପାଇଁ ନୟାଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝର, ଭଦ୍ରକ ଓ କେନ୍ଦ୍ରାପଡ଼ା ପ୍ରଭୃତି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୭ ତାରିଖରେ ହିଟ୍‌ ୱେଭ୍ ନେଇ ମାଲକାନଗିରି, କୋରାପୁଟ, କନ୍ଧମାଳ, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ହିଟ୍‌ ୱେଭ ନେଇ ୧୮ ତାରିଖ ପାଇଁ ମାଲକାନଗିରି, କୋରାପୁଟ, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ନୟାଗଡ଼, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ମୟୂରଭଞ୍ଜ,ବାଲେଶ୍ୱର ଓ ଭଦ୍ରକ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୯ ତାରିଖରେ ମାଲକାନଗିରି, କୋରାପୁଟ, କଳାହାଣ୍ଡି,ବଲାଙ୍ଗିର, ସୋନପୁର, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ନୟାଗଡ଼, ଢେଙ୍କାନାଳ, କେନ୍ଦୁଝର, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୦ ତାରିଖ ପାଇଁ ମାଲକାନଗିରି, କଳାହାଣ୍ଡି, ବଲାଙ୍ଗିର, ସୋନପୁର, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଅନୁଗୋଳ, ଖୋର୍ଦ୍ଧା, ଢେଙ୍କାନାଳ,କେନ୍ଦୁଝର, କଟକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Heat Wave Heat Wave In Odisha Weather Update Weather Forecast