Advertisment

୧୧ ପରେ ରାଜ୍ୟରେ ବଢ଼ିବ ତାତି!

ଦିନ ଓ ରାତିର ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ଅର୍ଥାତ ୧୧ ତାରିଖ ପରେ ଦିନ ଓ ରାତିର ତାପମାତ୍ରାରେ ୨ରୁ ୩ ଡିଗ୍ରୀ ଯାଏଁ ବଢ଼ିବାର ସମ୍ଭାବନା ରହିଛି।

Heat Wave

Heat Wave

Advertisment

ଆସନ୍ତା ୧୧ ତାରିଖ ପରେ ରାଜ୍ୟରେ ପାରଦ ବଢ଼ିବ। ଦିନ ଓ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବଢ଼ିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ଏନେଇ ପୂର୍ବାନୁମାନ କରାଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍‌ ଅନୁସାରେ ରାଜ୍ୟରେ ଗୋଟିଏ ଗୁରୁଚାପ ବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରିବ। ଯେଉଁଥିପାଇଁ ରାଜ୍ୟରେ କେତେକ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା, ନୟାଗଡ଼ ଓ ଦକ୍ଷିଣ ଓଡ଼ିଶାରେ କେତେକ ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆଗାମୀ ୪ ଦିନ ପର୍ଯ୍ୟନ୍ତ ଏମିତି ବର୍ଷା ଲାଗି ରହିବ।

ଦିନ ଓ ରାତିର ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ଅର୍ଥାତ ୧୧ ତାରିଖ ପରେ ଦିନ ଓ ରାତିର ତାପମାତ୍ରାରେ ୨ରୁ ୩ ଡିଗ୍ରୀ ଯାଏଁ ବଢ଼ିବାର ସମ୍ଭାବନା ରହିଛି। ଆଜି ରାଜଧାନୀ ଭୁବନେଶ୍ୱରରେ କେତେକ ସ୍ଥାନରେ ପାଗ ମେଘୁଆ ରହିଥିଲା। ଏଥିସହ ହାଲ୍‌କା ବର୍ଷା ମଧ୍ୟ ହୋଇଥିଲା। ସେପଟେ ଚଳିତବର୍ଷ ପ୍ରଥମଥର ପାଇଁ ୩୮ ଡ଼ିଗ୍ରୀ ଅତିକ୍ରମ କରିଛି ପାରଦ। ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୮.୨ ଡ଼ିଗ୍ରୀ ରେକର୍ଡ କରାଯାଇଛି।

Advertisment

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହୋଇଛି। ସର୍ବାଧିକ ବର୍ଷା ବାଲେଶ୍ୱର ଜିଲ୍ଲା ବାହାନଗାରେ ରେକର୍ଡ କରାଯାଇଛି। ସେଠାରେ ୨୦ ମିଲିମିଟର ବର୍ଷା ହୋଇଥିବା ବେଳେ ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ୧୮.୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

Heat Wave Heat Wave In Odisha Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe