Advertisment

ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁବ

ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୮ରୁ ୧୦ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ତଥା ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ମାର୍ଚ୍ଚ ମାସ ଶେଷ ବେଳକୁ ତାପମାତ୍ରା ୪୦ ଡ଼ିଗ୍ରୀ ଯାଏଁ ରେକର୍ଡ ହେବାର ସମ୍ଭାବନା ରହିଛି।

heat wave

heat wave

Advertisment

ଅଦିନିଆ ମେଘ ଗଲା। ଏବେ ବଢିବ ତାତି! ଅସମ୍ଭାଳ ହେବ ସ୍ଥିତି। ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୮ରୁ ୧୦ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ତଥା ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ମାର୍ଚ୍ଚ ମାସ ଶେଷ ବେଳକୁ ତାପମାତ୍ରା ୪୦ ଡ଼ିଗ୍ରୀ ଯାଏଁ ରେକର୍ଡ ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ। ୨୫ ତାରିଖରେ ପଶ୍ଚିମା ଝଡ଼ ପ୍ରଭାବରେ ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ହାଲ୍‌କା ବର୍ଷା ହେବାର ସମ୍ଭାବନା ରହିଛି। ୨୬ ଓ ୨୭ ତାରିଖରେ ପାଗ ଶୁଖିଲା ରହିବ। ପଶ୍ଚିମା ଝଡ଼ ପ୍ରଭାବରେ ଯେଉଁ ତାପମାତ୍ରା(ଦିନ) ୧୦ରୁ ୧୭ ଡିଗ୍ରୀ ପର୍ଯ୍ୟନ୍ତ କମିଥିଲା, ତା’ର ବୃଦ୍ଧି ହେବାର ରହିଛି। ଆଗାମୀ ଦୁଇ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୮ରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। ପରବର୍ତ୍ତୀ ସମୟରେ ମଧ୍ୟ ତାପମାତ୍ରା ବୃଦ୍ଧି ଘଟିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Advertisment

ବୁଧବାର ରାଜ୍ୟର ୧୨ଟି ସହରର ସର୍ବାଧିକ ଦିନ ତାପମାତ୍ରା ୨୨ଡିଗ୍ରୀ ବା ଏହା ତଳେ ରହିଥିଲା। ଢେଙ୍କାନାଳର ସର୍ବାଧିକ ଦିନ ତାପମାତ୍ରା ୧୮.୯ ଡିଗ୍ରୀ ରେକର୍ଡ କରାଯାଇଥିଲା। ବାଲେଶ୍ୱରରେ ସର୍ବାଧିକ ଦିନ ତାପମାତ୍ରା ୨୧ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୨୧, କଟକରେ ୨୦, ପାରାଦୀପରେ ୨୦.୭, ଭୁବନେଶ୍ୱରରେ ୧୯.୨, ଗୋପାଳପୁରରେ୧୯.୨, ପୁରୀରେ ୨୦.୪, ବାରିପଦାରେ ୨୦.୪, ନୟାଗଡ଼ରେ ୧୯.୫, ଭଦ୍ରକରେ ୨୦.୫ ଓ ଯାଜପୁରରେ ୨୦ ଡିଗ୍ରୀ ରହିଥିଲା।

Heat Wave Heat Wave In Odisha Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe