Advertisment

ପାରଦ ଉପର ମୁହାଁ, ବଢ଼ିବ ଦିନର ତାତି

ଆଗାମୀ ଦୁଇ ଦିନ ଯାଏଁ ରାଜ୍ୟରେ କେତେକ ସ୍ଥାନରେ ଦିନର ତାପମାତ୍ର ୨ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହାଛଡ଼ା ସକାଳେ କେତେକ ଜିଲ୍ଲାରେ ଘନ କୁଡୁଡି ହେବାର ସମ୍ଭାବନା ରହିଛି।

author-image
Manoranjan Sial
Heat Wave

Heat Wave

ରାଜ୍ୟରେ ପାରଦ ଉପର ମୁହାଁ ହୋଇଛି। ତେଣୁ ଆଗାମୀ ଦୁଇ ଦିନ ଯାଏଁ ତାପମାତ୍ରା ଆହୁରି ୨ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି। ଦିନର ତାତି ବଢ଼ିବାକୁ ଯାଉଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେପଟେ ଆଜି ୩୬ ଡ଼ିଗ୍ରୀ ତାପମାତ୍ରା ଅତିକ୍ରମ କରିଛି ରାଜଧାନୀ ଭୁବନେଶ୍ୱର।

Advertisment

ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ ତାତି ସହିତ ଓଡ଼ିଶାରେ ପ୍ରବାହିତ ହେବ ପଶ୍ଚିମା ଝଡ଼। ଯାହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ ସୁନ୍ଦରଗଡ଼, କେନ୍ଦୁଝର, ବରଗଡ଼ ସମେତ କେତେକ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲ୍‌କା ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ତୃତୀୟ ଦିନରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Advertisment

ଆଗାମୀ ଦୁଇ ଦିନ ଯାଏଁ ରାଜ୍ୟରେ କେତେକ ସ୍ଥାନରେ ଦିନର ତାପମାତ୍ର ୨ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହାଛଡ଼ା ସକାଳେ କେତେକ ଜିଲ୍ଲାରେ ଘନ କୁଡୁଡି ହେବାର ସମ୍ଭାବନା ରହିଛି। ତେଣୁ ସକାଳେ ଯାଉଥିଲେ ସତର୍କତାର ସହ ଯାତ୍ରା କରନ୍ତୁ ବୋଲି କୁହାଯାଇଛି।

Heat Wave Heat Wave In Odisha Weather Report