Advertisment

ମାଡ଼ି ଆସୁଛି ବାତ୍ୟା 'ଦାନା', ଅଶାନ୍ତ ହେଲାଣି ସମୁଦ୍ର

ବାତ୍ୟା ‘ଦାନା’ ପ୍ରଭାବରେ ଅଶାନ୍ତ ହେଲାଣି ସମୁଦ୍ର। ପଶ୍ଚିମବଙ୍ଗ ଗଙ୍ଗା ସାଗର ବିଚରେ ସମୁଦ୍ରରେ ମାଡ଼ି ଆସୁଛି ଉଚ୍ଚ ଜୁଆର । ଧୀରେ ଧୀରେ ପବନର ବେଗ ମଧ୍ୟ ତୀବ୍ର ହେଲାଣି।

author-image
Niharika Rout
ଅଦ୍ୟତନ ହୋଇଛି
Sea

Sea

ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ସମୟ ଯେତିକି ପାଖାଉଛି ସମୁଦ୍ର ସେହି ମାତ୍ରାରେ ଅଶାନ୍ତ ହେବାରେ ଲାଗିଛି। ବାତ୍ୟା ‘ଦାନା’ ଆଜି ରାତିରୁ କାଲି ସକାଳ ମଧ୍ୟରେ ଭିତରକନିକାରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବା। ଏହା ପ୍ରଭାବରେ ପୁରୀ ସମେତ, ପାରାଦୀପ, ଭିତରକନିକା, ପଶ୍ଚିମବଙ୍ଗ ଗଙ୍ଗା ସାଗର ବିଚରେ ବି ସମୁଦ୍ରର କରାଳ ରୂପ ଦେଖିବାକୁ ମିଳିଲାଣି।

Advertisment

ବାତ୍ୟା ‘ଦାନା’ ପ୍ରଭାବରେ ଅଶାନ୍ତ ହେଲାଣି ସମୁଦ୍ର। ଓଡ଼ିଶା ଊପକୂଳରେ ଉଚ୍ଚ ଜୁଆର ଆସିବା ନେଇ IMD ଚେତାବନୀ ଦେଇଛି। ସମୁଦ୍ର କୂଳଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଆସିପାରେ ।

ଆଜି ଦିନ ୨ଟା ୪୫ ମିନିଟରୁ ୨୩ ତାରିଖ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଗୋପାଳପୁରରୁ ଚାନ୍ଦିପୁର ଉପକୂଳରେ ୨ .୨ ମିଟରରୁ ୪.୧ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଆସିପାରେ।

Advertisment

 ଆଜି ଦିନ ୨ଟା ୪୫ ମିନିଟରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଜଗତସିଂହପୁର ଉପକୂଳରେ  ୧. ୩ ମିଟରରୁ ୨.୫ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଆସିପାରେ। ଆଜି ଦିନ ୨ଟା ୪୫ ମିନିଟରୁ ୨୩ ତାରିଖ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଉପକୂଳରେ ୧ . ୪ ମିଟରରୁ ୨.୭ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଆସିପାରେ ।

 ଆଜି ଦିନ ୨ଟା ୪୫ ମିନିଟରୁ ୨୩ ତାରିଖ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ବାଲେଶ୍ୱର ଉପକୂଳରେ ୧ ମିଟରରୁ ୧. ୬ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଆସିପାରେ । ଲ୍ୟାଣ୍ଡଫଲ ସମୟରେ ୧ରୁ ୨ ମିଟର ଉଚ୍ଚ ଜୁଆର ଉଠି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାର ତଳୁଆ ଅଞ୍ଚଳକୁ ସମୁଦ୍ର ପାଣି ମାଡ଼ିଯିବା ଆଶଙ୍କା ରହିଛି।

 ଲ୍ୟାଣ୍ଡଫଲ ସମୟରେ ୦.୫ରୁ ୧ ମିଟର ଉଚ୍ଚ ଜୁଆର ଉଠି ଜଗତସିଂହପୁର ଜିଲ୍ଲାର ତଳୁଆ ଅଞ୍ଚଳକୁ ସମୁଦ୍ର ପାଣି ମାଡ଼ିଯିବା ଆଶଙ୍କା ଦେଖାଦେଇଛି। ବିଭିନ୍ନ ସ୍ଥାନରେ ବର୍ଷା  ଆରମ୍ଭ ହେବା ସହ ପବନର ବେଗ ମଧ୍ୟ ତୀବ୍ର ହେଲାଣି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୃଦ୍ଧ ବୃଦ୍ଧା ଏବଂ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

ଗତକାଲିଠୁ ଜଗତସିଂହପୁରର ବିଭିନ୍ନ ବିଚ୍‌ରେ ୧୪୪ ଧାରା ଲାଗୁ ହୋଇଥିବା ବେଳେ ସମୁଦ୍ରକୁ ସଂଯୋଗ କରୁଥିବା ନଦୀ ପଥରେ ଭାରିଯାନ ଚଳାଚଳକୁ ବନ୍ଦ କରି ଦିଆଯାଇଛି। ସେହିପରି ଭିତରକନିକାରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରିବ ବୋଲି ଆକଳନ କରାଯାଇଥିବାରୁ ସେଠାରୁ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସାରିଛି। ଏହାବାଦ ବାତ୍ୟା ଆସିବା ପୂର୍ବରୁ ପୁରୀରୁ ବି ପର୍ଯ୍ୟଟକଙ୍କୁ ଫେରିବାକୁ ନିର୍ଦ୍ଦେଶ ଦିଆସରିଛି।  

ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗରେ ଅନେକ ଟ୍ରେନ୍‌କୁ ବାତିଲ କରାଯାଇଛି। ଆଜି ରାତି ୮ଟାରୁ କାଲି ପର୍ଯ୍ୟନ୍ତ ଅନେକ ଦୂରଗାମୀ ଟ୍ରେନ୍ ଏବଂ ଲୋକାଲ ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି। ଆଜି ସଂଧ୍ୟା ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ କୋଲକାତା ବିମାନ ବନ୍ଦରକୁ ବନ୍ଦ ରଖାଯିବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Odisha Cyclone Update Cyclone Dana