Advertisment

ଖସିଲା ତାତି; ୩୫ ଡିଗ୍ରୀ ତଳେ ୨୦ ସହର

ଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୮ରୁ ୯ ଡିଗ୍ରୀ ଯାଏ ଖସିଛି ତାତି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଦକ୍ଷିଣ ଝାଡଖଣ୍ଡରୁ ଉତ୍ତର ଓଡ଼ିଶା ଦେଇ ରାଜସ୍ଥାନ ଯାଏ ଏକ ଟ୍ରପ୍‌ ଲାଇନ୍ ଲମ୍ବିଛି।

ଅଦ୍ୟତନ ହୋଇଛି
undefined

Rain

Advertisment

ବଦଳିଲା ପାଗ। ଖରା ତାତି ଓ ଅହସ୍ୟ ଗରମରୁ ଆଶ୍ୱସ୍ତି ଆଣିଦେଲା କାଳବୈଶାଖୀ। ଆଜି ରାଜ୍ୟରେ ୨୦ ସହରରେ ପାରଦ ୩୫ ଡିଗ୍ରୀ ତଳକୁ ଖସିଛି। ବଲାଙ୍ଗିର ଓ ଟିଟିଲାଗଡ଼ରେ ଦିନର ତାପମାତ୍ରରେ ସର୍ବାଧିକ ୧୦ ଡିଗ୍ରୀ ସେଲସିୟସ୍ ଯାଏ ହ୍ରାସ ପାଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୮ରୁ ୯ ଡିଗ୍ରୀ ଯାଏ ଖସିଛି ତାତି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଦକ୍ଷିଣ ଝାଡଖଣ୍ଡରୁ ଉତ୍ତର ଓଡ଼ିଶା ଦେଇ ରାଜସ୍ଥାନ ଯାଏ ଏକ ଟ୍ରପ୍‌ ଲାଇନ୍ ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା ପବନ। ଆସନ୍ତା ୫ ଦିନ ଯାଏ ଏଭଳି ପାଗ ରହିବ। ଆସନ୍ତା ୩-୪ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା ରହିଛି। ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ସାରା ରାଜ୍ୟକୁ ଆଲର୍ଟ ଜାରି ହୋଇଛି। କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ। ଏ

Advertisment

ଆସନ୍ତାକାଲି ଝଡ଼ ବର୍ଷା ନେଇ ୭ ଜିଲ୍ଲା ଅନୁଗୋଳ, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ, ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ସତର୍କତା। ୯ ତାରିଖରେ ମଧ୍ୟ ରହିବ କାଳବୈଶାଖୀ ପ୍ରଭାବ। ୧୦ ତାରିଖ ପରେ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି।

୩୫ ଡିଗ୍ରୀ ତଳେ ୨୦ ସହର ରହିଛି। ମାଲକାନଗିରି ପାଲଟିଛି ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୩୯.୩ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି କେନ୍ଦ୍ରାପଡ଼ାରେ ୩୮.୬ ଡିଗ୍ରୀ, ସୁନ୍ଦରଗଡ଼ରେ ୩୮.୨ ଡିଗ୍ରୀ, ସମ୍ୱଲପୁରରେ ୩୭.୫ ଡିଗ୍ରୀ, ଯାଜପୁରରେ ୩୭.୪ ଡିଗ୍ରୀ, ନୟାଗଡ଼ରେ ୩୭.୪ ଡିଗ୍ରୀ, ବୌଦ୍ଧରେ ୩୬.୮ ଡିଗ୍ରୀ, ଝାରସୁଗୁଡ଼ାରେ ୩୬.୩ ଡିଗ୍ରୀ, ରାଉରକେଲାରେ ୩୬.୨ ଡିଗ୍ରୀ, ଦେବଗଡ଼ରେ ୩୬.୨ ଡିଗ୍ରୀ, ସୋନପୁରରେ ୩୬ ଡିଗ୍ରୀ, ଖୋର୍ଦ୍ଧାରେ ୩୬ ଡିଗ୍ରୀ, ଅନୁଗୋଳରେ ୩୫.୭ ଡିଗ୍ରୀ, ତାଳଚେରରେ ୩୫.୪ ଡିଗ୍ରୀ, ଛତ୍ରପୁରରେ ୩୫.୪ ଡିଗ୍ରୀ, ହୀରାକୁଦରେ ୩୫.୧ ଡିଗ୍ରୀ, ବରଗଡ଼ରେ ୩୫ ଡିଗ୍ରୀ, ବଲାଙ୍ଗିରରେ ୩୪.୫ ଡିଗ୍ରୀ, ଢେଙ୍କାନାଳରେ ୩୪.୫ ଡିଗ୍ରୀ ଓ ବାରିପଦାରେ ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ସେହିପରି ଟିଟିଲାଗଡ଼ରେ ତାପମାତ୍ରା ୩୪ ଡିଗ୍ରୀ, ଜଗତସିଂହପୁରରେ ୩୩.୪ ଡିଗ୍ରୀ, ଭବାନୀପାଟଣାରେ ୩୩.୫ ଡିଗ୍ରୀ, କଟକରେ ୩୩ ଡିଗ୍ରୀ, ଗୋପାଳପୁରରେ ୩୨.୮ ଡିଗ୍ରୀ, ଚାନ୍ଦବାଲିରେ ୩୨.୭ ଡିଗ୍ରୀ, ରାୟଗଡ଼ାରେ ୩୨.୬ ଡିଗ୍ରୀ, ଭୁବନେଶ୍ୱରରେ ୩୨.୫ ଡିଗ୍ରୀ, ବାଲେଶ୍ୱରରେ ୩୨.୫ ଡିଗ୍ରୀ, କେନ୍ଦୁଝରରେ ୩୨ ଡିଗ୍ରୀ,ପାରାଦୀପରେ ୩୨ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୦.୬ ଡିଗ୍ରୀ, ପୁରୀରେ ୩୦.୩ ଡିଗ୍ରୀ, ଭଦ୍ରକରେ ୨୯ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୨୮.୫ ଡିଗ୍ରୀ, କୋରାପୁଟରେ ୨୮.୫ ଡିଗ୍ରୀ ଓ ନବରଙ୍ଗପୁରରେ ତାପମାତ୍ରା ୨୫.୫ ଡିଗ୍ରୀ ରେକର୍ଡ କରାଯାଇଛି।

ସେପଟେ କାଳବୈଶାଖୀର ପ୍ରଭାବରେ ରାଜଧାନୀ ଭୁବନେଶ୍ୱ ଓ କଟକରେ ପାଗ ପରିବର୍ତ୍ତନ ହୋଇଛି। ସକାଳେ ସକାଳେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପରେ କିଛି ସ୍ଥାନରେ ପ୍ରବଳ ବର୍ଷିଥିଲା। ଏଥିସହ ବଜ୍ରପାତ ମଧ୍ୟ ହୋଇଥିଲା। ଆଜି ପ୍ରାୟତଃ ଦିନ ତମାମ ପାଗ କାଉଁଳିଆ ରହିଥିଲା। ଏମିତି ପାଗ ଆଗକୁ ଲାଗି ରହିବ ବୋଲି ଜଣାପଡ଼ିଛି।

Heavy Rain Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe