୨୧ ଦିନରେ ପହଞ୍ଚିଲା ଗ୍ରୀଷ୍ମ ପ୍ରବାହ। ଏପ୍ରେଲ୍ ୧୫ ତାରିଖରୁ ଆଜି ଯାଏଁ ଅର୍ଥାତ ମେ ୫ ତାରିଖ ପର୍ଯ୍ୟନ୍ତ ଲଗାତାର ୨୧ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସେପଟେ ଆଜି ତାତିର ସହର ଟିଟିଲାଗଡ଼ ପାଲଟିଛି ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ବୌଦ୍ଧରେ ୪୪.୬ ଡିଗ୍ରୀ, ନୂଆପଡ଼ାରେ ୪୪.୪ ଡିଗ୍ରୀ, ବଲାଙ୍ଗିରରେ ୪୪.୪ ଡିଗ୍ରୀ, ଭବାନୀପାଟଣାରେ ୪୪ ଡିଗ୍ରୀ, ବାରିପଦାରେ ୪୩.୫ ଡିଗ୍ରୀ, ସୋନପୁରରେ ୪୩.୫ ଡିଗ୍ରୀ, ସମ୍ୱଲପୁରରେ ୪୩.୪ ଡିଗ୍ରୀ, ନୟାଗଡ଼ରେ ୪୩ ଡିଗ୍ରୀ, କେନ୍ଦୁଝରରେ ୪୩ ଡିଗ୍ରୀ, ସୁନ୍ଦରଗଡ଼ରେ ୪୩ ଡିଗ୍ରୀ, ଅନୁଗୋଳରେ ୪୨.୯ ଡିଗ୍ରୀ,ଫୁଲବାଣୀରେ ୪୨.୬ ଡିଗ୍ରୀ, ରାଉରକେଲାରେ ୪୨.୬ ଡିଗ୍ରୀ, ତାଳଚେରରେ ୪୨.୪ ଡିଗ୍ରୀ, ହୀରାକୁଦରେ ୪୨.୧ ଡିଗ୍ରୀ, ମାଲକାନଗିରିରେ ୪୨ ଡିଗ୍ରୀ, ବରଗଡ଼ରେ ୪୧.୬ ଡିଗ୍ରୀ ଓ ଢେଙ୍କାନାଳରେ ତାପମାତ୍ରା ୪୧.୫ ଡିଗ୍ରୀ ରେକର୍ଡ କରାଯାଇଛି।
#୨୧ଦିନରେ #ଗ୍ରୀଷ୍ମପ୍ରବାହ ସ୍ତିତି !!
— Meteorological Centre, Bhubaneswar (@mcbbsr) May 5, 2024
୧୫ ଅପ୍ରେଲ ରୁ ଆଜି ୫ ମଇ ୨୦୨୪, ଅର୍ଥାତ ଗତ ୨୧ ଦିନ ଧରି ରାଜ୍ୟରେ ଲଗାତାର ଭାବେ ଗ୍ରୀଷ୍ମ ପ୍ରବାହ ଲାଗିରହିଛି,
ଆଜି ବଲାଙ୍ଗୀର, ନୟାଗଡ, ନୂଆପଡା, ଗଞ୍ଜାମ, ମୟୁରଭଞ୍ଜ, କେନ୍ଦୁଝର ଏବଂ ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି |
ସେହିପରି ଯାଜପୁରରେ ୪୧.୫ ଡିଗ୍ରୀ, ଖୋର୍ଦ୍ଧାରେ ୪୧ ଡିଗ୍ରୀ, ଭଦ୍ରକରେ ୪୦.୮ ଡିଗ୍ରୀ, ଚାନ୍ଦବାଲିରେ ୪୦.୪ ଡିଗ୍ରୀ, ଛତ୍ରପୁରରେ ୪୦.୨ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୦ ଡିଗ୍ରୀ, ଭୁବନେଶ୍ୱରରେ ୩୯.୯ ଡିଗ୍ରୀ, ନବରଙ୍ଗପୁରରେ ୩୯.୮ ଡିଗ୍ରୀ, ଦେବଗଡ଼ରେ ୩୯.୫ ଡିଗ୍ରୀ, ବାଲେଶ୍ୱରରେ ୩୯.୨ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୯.୧ ଡିଗ୍ରୀ, କଟକରେ ୩୮.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୮ ଡିଗ୍ରୀ, କୋରାପୁଟରେ ୩୭.୮ ଡିଗ୍ରୀ, ଜଗତସିଂହପୁରରେ ୩୭ ଡିଗ୍ରୀ, ପୁରୀରେ ୩୪.୨ ଡିଗ୍ରୀ, ପରାଦୀପରେ ୩୩.୫ ଡିଗ୍ରୀ ଓ ଗୋପାଳପୁରରେ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଛି।
#୨୬ସହର ରେ ତାପମାତ୍ରା #୪୦ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ#୪୫ଡ଼ିଗ୍ରୀ ତାପମାତ୍ରା ସହ #ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର#୫ସହରରେ ତାପମାତ୍ରା #୪୪ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ
— Meteorological Centre, Bhubaneswar (@mcbbsr) May 5, 2024
#୪୦ଡ଼ିଗ୍ରୀ ତଳେ ଟ୍ୱିନ ସିଟି ତାତି pic.twitter.com/yHKDfPXloS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।