Advertisment

୨୧ ଦିନରେ ପହଞ୍ଚିଲା ଗ୍ରୀଷ୍ମ ପ୍ରବାହ; ଆଜି ଟିଟିଲାଗଡ଼ ଉତ୍ତପ୍ତ ସହର

ଆଜି ତାତିର ସହର ଟିଟିଲାଗଡ଼ ପାଲଟିଛି ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି।

BBSR

BBSR

Advertisment

୨୧ ଦିନରେ ପହଞ୍ଚିଲା ଗ୍ରୀଷ୍ମ ପ୍ରବାହ। ଏପ୍ରେଲ୍‌ ୧୫ ତାରିଖରୁ ଆଜି ଯାଏଁ ଅର୍ଥାତ ମେ ୫ ତାରିଖ ପର୍ଯ୍ୟନ୍ତ ଲଗାତାର ୨୧ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସେପଟେ ଆଜି ତାତିର ସହର ଟିଟିଲାଗଡ଼ ପାଲଟିଛି ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବୌଦ୍ଧରେ ୪୪.୬ ଡିଗ୍ରୀ, ନୂଆପଡ଼ାରେ ୪୪.୪ ଡିଗ୍ରୀ, ବଲାଙ୍ଗିରରେ ୪୪.୪ ଡିଗ୍ରୀ, ଭବାନୀପାଟଣାରେ ୪୪ ଡିଗ୍ରୀ, ବାରିପଦାରେ ୪୩.୫ ଡିଗ୍ରୀ, ସୋନପୁରରେ ୪୩.୫ ଡିଗ୍ରୀ, ସମ୍ୱଲପୁରରେ ୪୩.୪ ଡିଗ୍ରୀ, ନୟାଗଡ଼ରେ ୪୩ ଡିଗ୍ରୀ, କେନ୍ଦୁଝରରେ ୪୩ ଡିଗ୍ରୀ, ସୁନ୍ଦରଗଡ଼ରେ ୪୩ ଡିଗ୍ରୀ, ଅନୁଗୋଳରେ ୪୨.୯ ଡିଗ୍ରୀ,ଫୁଲବାଣୀରେ ୪୨.୬ ଡିଗ୍ରୀ, ରାଉରକେଲାରେ ୪୨.୬ ଡିଗ୍ରୀ, ତାଳଚେରରେ ୪୨.୪ ଡିଗ୍ରୀ, ହୀରାକୁଦରେ ୪୨.୧ ଡିଗ୍ରୀ, ମାଲକାନଗିରିରେ ୪୨ ଡିଗ୍ରୀ, ବରଗଡ଼ରେ ୪୧.୬ ଡିଗ୍ରୀ ଓ ଢେଙ୍କାନାଳରେ ତାପମାତ୍ରା ୪୧.୫ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ସେହିପରି ଯାଜପୁରରେ ୪୧.୫ ଡିଗ୍ରୀ, ଖୋର୍ଦ୍ଧାରେ ୪୧ ଡିଗ୍ରୀ, ଭଦ୍ରକରେ ୪୦.୮ ଡିଗ୍ରୀ, ଚାନ୍ଦବାଲିରେ ୪୦.୪ ଡିଗ୍ରୀ, ଛତ୍ରପୁରରେ ୪୦.୨ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୦ ଡିଗ୍ରୀ, ଭୁବନେଶ୍ୱରରେ ୩୯.୯ ଡିଗ୍ରୀ, ନବରଙ୍ଗପୁରରେ ୩୯.୮ ଡିଗ୍ରୀ, ଦେବଗଡ଼ରେ ୩୯.୫ ଡିଗ୍ରୀ, ବାଲେଶ୍ୱରରେ ୩୯.୨ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୯.୧ ଡିଗ୍ରୀ, କଟକରେ ୩୮.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୮ ଡିଗ୍ରୀ, କୋରାପୁଟରେ ୩୭.୮ ଡିଗ୍ରୀ, ଜଗତସିଂହପୁରରେ ୩୭ ଡିଗ୍ରୀ, ପୁରୀରେ ୩୪.୨ ଡିଗ୍ରୀ, ପରାଦୀପରେ ୩୩.୫ ଡିଗ୍ରୀ ଓ ଗୋପାଳପୁରରେ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଛି।

Heat Wave Heat Wave In Odisha Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe