Advertisment

ତାଉ ଦେଖାଉଛି ‘ଦାନା’, ବିଭିନ୍ନ ସ୍ଥାନରେ ଭାଙ୍ଗୁଛି ଗଛ

ବାତ୍ୟା ‘ଦାନା’ ଉପକୂଳ ଆଡକୁ ମାଡ଼ି ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି। ପବନର ବେଗ ବଢୁଥିବା ବେଳେ ବିଭିନ୍ନ ଅଞ୍ଚଳରେ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି।

author-image
Niharika Rout
Tree Fall

Tree Fall

ତାଉ ଦେଖାଇଲାଣି ଭୀଷଣ ବାତ୍ୟା ‘ଦାନା’ । ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା । ଆଜି ମଧ୍ୟରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକାରୁ ଧାମରା ପାଖରେ ଲ୍ୟାଣ୍ଡଫଲ କରିବ ବାତ୍ୟା।

Advertisment

ବାତ୍ୟା ‘ଦାନା’ ଉପକୂଳ ଆଡକୁ ମାଡ଼ି ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି। ପବନର ବେଗ ବଢୁଥିବା ବେଳେ ବିଭିନ୍ନ ଅଞ୍ଚଳରେ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି।

କେନ୍ଦ୍ରାପଡ଼ା ଏବଂ ମହାକାଳପଡ଼ାରେ ବିଭିନ୍ନ ସ୍ଥାନରେ ରାସ୍ତାରେ ଗଛ ଉପୁଡି ପଡ଼ିଛି। ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଗଛ କାଟି ରାସ୍ତା ସଫା କରୁଛନ୍ତି।

Advertisment

ଉତ୍ତର ଓଡ଼ିଶାରେ ମଧ୍ୟ ବର୍ଷା ପବନର ପ୍ରଭାବ ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନ ଏବଂ ମୟୂରଭଞ୍ଜ ଜିଲ୍ଲା ବେତନଟୀରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡ଼ିଛି।

କେନ୍ଦ୍ରାପଡ଼ାରେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ବେଳେ ଲୋକଙ୍କ ସହ ମିଶି ରାସ୍ତାରୁ ଗଛ ହଟାଇଛନ୍ତି ବିଧାୟକ। ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ ନାୟକ ଲୋକଙ୍କ ସହ ମିଶି ରାସ୍ତା ସଫା କରିଛନ୍ତି। ଯେକୌଣସି ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହେଲେ ୧୦ ମିନିଟ୍‌ରେ ତାହାକୁ ସଫା କରାଯିବ। ବାତ୍ୟା ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ପ୍ରାୟ ୩ଶହ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ୍‌ ମୁତୟନ ହୋଇଛନ୍ତି।

Cyclone Update Cyclone Dana