Advertisment

ବାୟାପଡା ଘାଟିରେ ଭୁସ୍ଖଳନ,୧୯ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ଲଗାଣବର୍ଷା ଯୋଗୁ ମାଲକାନଗିରିରେ ଥିବା ଗୋଦାବରୀ ନଦୀ ସମେତ ଅନେକ ନଦୀରେ ଜଳସ୍ଥର ବୃଦ୍ଧି ପାଉଛି।

author-image
Tapaswini Nayak
Landside

Landside

ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାର ବାୟାପଡା ଘାଟିରେ ଭୁସ୍ଖଳନ ହୋଇଛି। ଯାହାଫଳରେ ନାକାମାମୁଡ଼ି ପଞ୍ଚାୟତର ୧୯ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ପ୍ରାୟ ୩ ହଜାର ଲୋକେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି।

Advertisment

ବାୟାପଡା ଘାଟି ଅଞ୍ଚଳରେ ବସବାସ କରୁଥିବା ଏହି ଗାଁ ଗୁଡ଼ିକ ଘାଟି ରାସ୍ତା ଦେଇ ଯିବା ଆସିବା କରନ୍ତି। ୨ବର୍ଷ ତଳେ ପାହାଡ କଟାଯାଇ ଘାଟିରେ ଏହି ରାସ୍ତା ତିଆରି କରାଯାଇଥିଲା। ଭୁସ୍ଖଳନ ହେବା ଯୋଗୁ ପାହାଡରୁ ମାଟି ଓ ପଥର ଧସେଇ ଆସି ରାସ୍ତା ଉପରେ ପଡ଼ିଛି। ଯାହାଫଳରେ ଯୋଗାଯୋଗ ବିଚ୍ଛନ୍ନ ହୋଇଯାଇଛି। ବର୍ଷା ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ ଏହାକୁ ସଫା କରାଯାଇ ପାରି ନାହିଁ। ଯାହାଫଳରେ ୧୯ଟି ଗାଁର ଲୋକେ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି।

ଅନ୍ୟପକ୍ଷରେ ଲଗାଣବର୍ଷା ଯୋଗୁ ମାଲକାନଗିରିରେ ଥିବା ଗୋଦାବରୀ ନଦୀ ସମେତ ଅନେକ ନଦୀରେ ଜଳସ୍ଥର ବୃଦ୍ଧି ପାଉଛି। ଯାହାଫଳରେ ଜିଲ୍ଲାରେ ବନ୍ୟା ହେବାର ଆଶଙ୍କା ଦେଖାଦେଇଛି। ଏନେଇ ପ୍ରଶାସନ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି। ପାଣି ବଢ଼ିଲେ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ସ୍ଥାନାନ୍ତର ପରେ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗେଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment
Malkangiri Landside