Advertisment

ଦିଲ୍ଲୀରେ ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି, ଦୃଶ୍ୟମାନ ଦୂରତା ‘ଶୂନ’କୁ ଖସିଲା

ଆଜି ସକାଳେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା।

Fog

Fog

Advertisment

ଦିଲ୍ଲୀରେ ରବିବାର ସକାଳେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହା ସହିତ ଚଳିତ ଶୀତଋତୁରେ ଆଜିର ସକାଳଟି ଦିଲ୍ଲୀ ପାଇଁ ଥିଲା ସବୁଠୁ ଥଣ୍ଡା ସକାଳ। ଲୋଧି ରୋଡ୍ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରୀ ରେକର୍ଡ କରାଯାଇଥିଲା।

Advertisment

ପ୍ରବଳ ଥଣ୍ଡା ସାଙ୍ଗକୁ ଆଜି ସକାଳେ ଦିଲ୍ଲୀରେ ଘନ କୁହୁଡ଼ି ପଡ଼ିଥିଲା। ଦିଲ୍ଲୀ ଓ ଏନ୍‌ସିଆରର ଅଧିକାଂଶ ଅଞ୍ଚଳ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଥିଲା। ଫଳରେ ରାସ୍ତାଘାଟରେ କିଛି ଦୃଶ୍ୟମାନ ହେଉ ନଥିଲା। ଦୃଶ୍ୟମାନ ଦୂରତା ଶୂନକୁ ଖସି ଯାଇଥିଲା।

ଘନ କୁହୁଡ଼ି ଯୋଗୁ ଦେଶର ବିଭିନ୍ନ ପ୍ରାନ୍ତରୁ ଦିଲ୍ଲୀ ଆସୁଥିବା ୨୨ଟି ଟ୍ରେନ୍‌ ବିଳମ୍ବରେ ଚାଲୁଛନ୍ତି। ସେହିପରି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି।

Advertisment

ଗତକାଲି ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ପାଣିପାଗ ବିଜ୍ଞାନ ବିଭାଗର ଆକଳନ ଅନୁଯାୟୀ ଉତ୍ତରପଶ୍ଚିମ ଭାରତର ଅନେକ ଅଞ୍ଚଳରେ ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ଶୀତ ଅନୁଭୂତ ହେବା ସହିତ କୁହୁଡ଼ି ମଧ୍ୟ ପଡ଼ିବ।

ଚଳିତ ଶୀତଋତୁରେ ପ୍ରଥମ ଥର ପାଇଁ ଦେଶର ଅନେକ ସ୍ଥାନ- ଅମୃତସରଠାରୁ ଦିବ୍ରୁଗଡ଼, ଗଙ୍ଗାନଗର, ପଟିଆଲା, ଅମ୍ବାଲା, ଚଣ୍ଡିଗଡ଼, ପାଲାମ, ସଫଦରଜଙ୍ଗ, ବରେଲୀ, ଲକ୍ଷ୍ନୌ, ବାରାଣସୀ, ପ୍ରୟାଗରାଜ ଓ ଆସାମର ତେଜପୁରରେ ଦୃଶ୍ୟମାନ ଦୂରତା ‘ଶୂନ’ ରେକର୍ଡ କରାଯାଇଛି।

Delhi Winter Fog
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe