Advertisment

୧୭ଟି ଗେଟ୍ ଖୋଲିଲା ଆନ୍ଧ୍ର, ଫୁଲୁଛି ବଂଶଧାରା

ଆନ୍ଧ୍ର ୧୭ଟି ଗେଟ୍ ଖୋଲି ବନ୍ୟା ଜଳ ନିଷ୍କାସନ କରୁଥିବାରୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

Water Level

Water Level

Advertisment

ଲଗାଣ ବର୍ଷାରେ ଫୁଲୁଛି ବଂଶଧାରା । ଗଜପତି ଜିଲ୍ଲା କାଶୀନଗରଠାରେ ବଂଶଧାରା ନଦୀର ବିପଦ ସଂକେତ ୫୪.୬୦ମିଟର ରହିଥିବା ବେଳେ ବର୍ତ୍ତମାନ ୫୪.୯୦ ମିଟର ରହିଛି ଜଳସ୍ତର। ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଏଥିସହ ଆନ୍ଧ୍ର ୧୭ଟି ଗେଟ୍ ଖୋଲି ବନ୍ୟା ଜଳ ନିଷ୍କାସନ କରୁଥିବାରୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

Advertisment

ବର୍ଷା ଅଧିକ୍ ହେଲେ ତଳିଆ ଅଞ୍ଚଳରେ ପାଣି ପଶିବା ଆଶଙ୍କା ଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ସେପଟ ନଦୀର ତଳ ମୁଣ୍ଡରେ ଅର୍ଥାତ୍ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଗୋଟାଵେରଜଠାରେ ୧୭ଟି ଗେଟ୍ ଖୋଲା ଯାଇ ‌ପ୍ରଥମ ବନ୍ୟାଜଳ ଛଡ଼ା ଯାଇଛି। ବର୍ତ୍ତମାନ ବ୍ୟାରେଜ ଦେଇ ୪୨,୯୩୭କ୍ୟୁସେକ ଜଳ ପ୍ରବାହିତ ହେଉଛି।

ଜଳ ପରିଚାଳନା ଉପରେ ଗଜପତି ପ୍ରଶାସନ ତୀକ୍ଷ୍ଣ ନଜର ରଖିଥିବା ବେଳେ ଆନ୍ଧ୍ର ପ୍ରଶାସନ ସାଇରନ ମାଧ୍ୟମ ବ୍ୟାରେଜରେ ପ୍ରଥମ ବନ୍ୟା ଜଳ ଛାଡି ଥିବା ବେଳେ ତଳିଆ ଗାଁ ଗୁଡ଼ିକୁ ଏନେଇ ସତର୍କ ସୂଚନା ଦେଇଛନ୍ତି।

Advertisment

ଲଗାଣ ବର୍ଷା ହେତୁ କଲବଲ ହେଉଛନ୍ତି ରାଜ୍ୟବାସୀ। କେଉଁଠି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ତ କେଉଁଠି ଘାଇ ସୃଷ୍ଟି ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ଏପରି ସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି ରଖିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର  ନିର୍ଦ୍ଦେଶ ଦେଇଥିବା ବେଳେ ଆବଶ୍ୟକ ସ୍ଥଳରେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ କୁହାଯାଇଛି। ସମଗ୍ର ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଆଜି ୧୨ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି।  

Heavy Rain Water
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe