Advertisment

କଲବଲ କରୁଛି ତାତି; ସାଢ଼େ ୮ଟା ସୁଦ୍ଧା ୩୨ ଡିଗ୍ରୀ ଟପିଲା ପାରଦ

ରାଜ୍ୟରେ ଗ୍ରୀଷ୍ଣ ପ୍ରବାହର ଏଭଳି ସ୍ଥିତି ଆହୁରି ୨ ରୁ ୩ ଦିନ ଲାଗି ରହିବ। ସମ୍ଭାବ୍ୟ ସ୍ଥିତିକୁ ଦେଖି ୬ ତାରିଖ ଯାଏଁ ୧୧ଟି ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି।

author-image
Tapaswini Nayak
Heat Weave

Heat Weave

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକରର ହୋଇପଡ଼ୁଛି। ଆଜି ସକାଳ ୮ଟା ୩୦ ସୁଦ୍ଧା ୩୨ ଡିଗ୍ରୀ ଟପିଛି ପାରଦ। କେନ୍ଦୁଝରରେ ତାପମାତ୍ରା ୩୨.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲି ୩୧.୬, ଭୁବନେଶ୍ୱର ୩୧.୨, ବାଲେଶ୍ୱର ୩୦.୮, ଝାରସୁଗୁଡ଼ା ଓ ସମ୍ବଲପୁର ୩୦.୬ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।

Advertisment

ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ଏଭଳି ସ୍ଥିତି ଆହୁରି ୨ ରୁ ୩ ଦିନ ଲାଗି ରହିବ। ସମ୍ଭାବ୍ୟ ସ୍ଥିତିକୁ ଦେଖି ୬ ତାରିଖ ଯାଏଁ ୧୧ଟି ଜିଲ୍ଲାକୁ
ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି।

ସେସବୁ ଜିଲ୍ଲା ହେଉଛି, ନୟାଗଡ଼, ବୌଦ୍ଧ, କନ୍ଧମାଳ,କଟକ, ଭଦ୍ରକ, ଯାଜପୁର, ବଲାଙ୍ଗିର, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଏବଂ ଢେଙ୍କାନାଳ।ଏହି ୧୧ଟି ଜିଲ୍ଲାରେ ଦିନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ରାତିରେ ପ୍ରବଳ ଗରମ ଅନୁଭୂତ ହେବ। ସାଧାରଣ ତାପମାତ୍ରାରୁ ଅଧିକ ୩ରୁ ୫ ଡିଗ୍ରୀ ରହିବ। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଅଧିକ ରହିବ।

Advertisment
Weather Report Weather Condiction