Advertisment

ଟ୍ୱିନ ସିଟିରେ ବର୍ଷା; ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୧୩ ତାରିଖ ପରଠାରୁ ପରବର୍ତ୍ତୀ ୨ଦିନ ମଧ୍ୟରେ ଦିନ ତାପମାତ୍ରା ୩ ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Rain

Rain

ଟ୍ୱିନ ସିଟିରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ୧୦ ଜିଲ୍ଲାର କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ସହ ୧୪ ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Advertisment

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ପଶ୍ଚିମା ଝଡ଼ ପ୍ରଭାବରେ ବାୟୁ ମଣ୍ଡଳର ମଧ୍ୟ ଏବଂ ଉପରିଭାଗର ନିମ୍ନଚାପ ରେଖା ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ଆଜି ୧୦ ଜିଲ୍ଲାର କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ହେବା ସହ୧୪ ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମଧରଣର ବର୍ଷା ହେବ। ଏନେଇ ଏହି ସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା ବରଗଡ଼, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା,ସମ୍ବଲପୁର, ନୂଆପଡ଼ା, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, କଟକ, ଖୋର୍ଦ୍ଧା, ଢେଙ୍କାନାଳ ଓ ଦେବଗଡ଼। ଏହିସବୁ ଜିଲ୍ଲାରେ ୩ ଘଣ୍ଟା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ୧୦ ଜିଲ୍ଲାର କୋହଲା ପାଗ ସହ ହାଲୁକା ବର୍ଷା ହେବା ନେଇ ପାଣିପାଗ ପୂର୍ବାନୁମାନ କରିଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ ସୋନପୁର, ବଲାଙ୍ଗୀର, ଅନୁଗୋଳ ଓ ଦେବଗଡ଼ ।

Advertisment

ସୂଚନାଯୋଗ୍ୟ, ବର୍ଷା ଯୋଗୁ ୩ ରୁ ୪ ଦିନ ହେଲାଣି ରାଜ୍ୟରେ ଖରାର ପ୍ରକୋପ କମିଛି। ତେବେ ୧୩ ତାରିଖ ପରଠାରୁ ପରବର୍ତ୍ତୀ ୨ଦିନ ମଧ୍ୟରେ ରାଜ୍ୟରେ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ପୁଣି ଦିନ ତାପମାତ୍ରା ୩ ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ଅଞ୍ଚଳରେ ୪୦ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। 

Weather Report Rain