/odisha-reporter/media/post_attachments/uploadimage/library/16_9/16_9_0/Weather_1710427100.jpg)
Weather
ରାଜ୍ୟରେ ବଦଳିଛି ପାଗର ମିଜାଜ୍। ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା। ଆଜି ସକାଳେ ଟ୍ୱିନ ସିଟିରେ ଆକାଶ ମେଘାଚ୍ଛନ ରହିବା ସହ ହାଲୁକା ବର୍ଷା ହୋଇଛି। ରାଜ୍ୟରେ ଆଗାମୀ ୩ ରୁ ୪ ଦିନ ଯାଏ କାଳବୈଶାଖୀ ବର୍ଷା ହେବା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।
Advertisment
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଓ ଆସନ୍ତାକାଲି ପାଇଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି ଓ କନ୍ଧମାଳ।
ସେହିପରି ଆଜି ୧୪ ଜିଲ୍ଲାକୁ ଘଡ଼ଘଡ଼ି ସହ ପବନ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୧୦ ତାରିଖ ଯାଏ କାଳବୈଶାଖୀ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି। ଏହାର ପ୍ରଭାବରେ ଆଗାମୀ ୩ରୁ ୪ ଦିନ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ କମିବାର ସମ୍ଭାବନା ରହିଛି।
Advertisment
ସୂଚନାଯୋଗ୍ୟ, ଗତକାଲି ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
