Advertisment

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ପ୍ରବଳ ବର୍ଷିବ

ଏହି ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି।

ଅଦ୍ୟତନ ହୋଇଛି
Weather

Weather

Advertisment

ପୁଣି ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଏହା ପ୍ରଭାବରେ ରାଜ୍ୟରେ ୨ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏନେଇ ସୂଚନା ଦିଆଯାଇଛି।

Advertisment

ପାଣିପାଗକେନ୍ଦ୍ର ସୂଚନା ଅନୁସାରେ, ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡ଼ିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆଜି ୧୪ଟି ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼। ଲଗାଣ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମିବା ସହ   ଗମନାଗମନରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି।

Advertisment

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। କେତେ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ସ୍ଥିତି ବେହାଲ ହୋଇଯାଇଛି। ଗଜପତି ଜିଲ୍ଲା ମୋହନା ବ୍ଲକ୍ ଗରଡମା ପଞ୍ଚାୟତ ନିମ୍ବାଡ଼ ଗାଁ ନିକଟରେ ଲଗାଣ ବର୍ଷା ଯୋଗୁ ହରଭଙ୍ଗି ନଦୀ ଉପରେ ଅସ୍ଥାୟୀ କାଠ ପୋଲ ଭାସିଯାଇଛି। ଫଳରେ ବାହ୍ୟ ୩ ଖଣ୍ଡ ଗାଁ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଏହି ପୋଲ ଉପରେ ନିମ୍ବାଡ ଗାଁ ସମେତ ମାତାକୁପା ଓ ନାପକେଜୁ ଗ୍ରାମବାସୀ ନିର୍ଭର କରୁଥିଲେ। ଲଗାଣ ବର୍ଷା ଯୋଗୁ ହରଭଙ୍ଗି ନଦୀର ଜଳ ସ୍ତର ବୃଦ୍ଧି ପାଇବା ଫଳରେ ଏହି ଅସ୍ଥାୟୀ କାଠ ପୋଲ ଭାସି ଯାଇଥିଲା। ଫଳରେ ଏବେ ୩ ଖଣ୍ଡ ଗାଁକୁ ଯୋଗାଯୋଗବିଚ୍ଛିନ୍ନ ହୋଇ ଯାଇଛି। ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ଗ୍ରାମବାସୀ ବହୁବାର ସରକାର ତଥା ପ୍ରଶାସନ ନିକଟରେ ଦାବି କରି ଆସୁଥିବା ବେଳେ ଆଜି ଯାଏଁ ପୋଲଟିଏ ନିର୍ମାଣ ହୋଇ ପାରି ନାହିଁ।

ସେହପରି ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିବା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ସାବରୀ ଓ ଗୋଦାବରୀ ନଦୀର ଜଳସ୍ତର ବଢୁଥିବାରୁ ମୋଟୁ ସୀମାନ୍ତ ରାଞ୍ଚି ବିଜୟୱାଡ଼ାକୁ ଯାତାୟତ ଠପ୍‌ ହୋଇଯାଇଛି। ରାସ୍ତା ଉପରେ ପାଣି ଚାଲୁଥିବାରୁ ଶତାଧିକ ଗାଡ଼ି ଅଟକି ରହିଛି। ମୋଟୁର କୁଇଗୁର ବ୍ରିଜ ଉପରେ ୫ ଫୁଟ ପାଣି ପ୍ରବାହିତ ହେଉଛି। ଯାହାଫଳରେ ଶହ ଶହ ଗାଡ଼ି ଉଭୟ ପଟେ ଅଟକି ରହିଛି। ମାଲକାନଗିରିରୁ ଆନ୍ଧ୍ର ଓ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

Weather Report Weather Weather Condiction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe