Advertisment

‘ଲଘୁଚାପ ହୋଇପାରେ, ବାତ୍ୟାର ସୂଚନା ନାହିଁ’

ଲୋକମାନେ ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ।

author-image
Tapaswini Nayak
ଅଦ୍ୟତନ ହୋଇଛି
IMrutyunjay Mohapatra

Mrutyunjay Mohapatra

ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ହେବ ବୋଲି ଚର୍ଚ୍ଚା ହେଉଥିଲା। ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ଓଡ଼ିଶାରେ ବାତ୍ୟା ହେବାର କୌଣସି ସୂଚନା ନାହିଁ ବୋଲି ସେ କହିଛନ୍ତି।

Advertisment

ଆଇଏମଡି ଡିଜି ଆହୁରି କହିଛନ୍ତି, ବଙ୍ଗୋପସାଗରରେ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଲଘୁଚାପ ସୃଷ୍ଟି ହୋଇପାରୋ। ଏହି ଲଘୁଚାପଟି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। କ୍ରମେ ଲଘୁଚାପଟି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଏହା କେଉଁ ଉପକୂଳକୁ ଯିବ, କେବେ ଉପକୂଳରେ ପହଞ୍ଚିବ, ଏହାର ପ୍ରଭାବ କ’ଣ ରହିବ ତାର ପୂର୍ବାନୁମାନ କରାଯାଇନାର୍ହି। ଏହାର ପ୍ରକୃତ ରୂପରେଖ କ’ଣ ହେବ ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ।

ଅକ୍ଟୋବର ଓଡ଼ିଶା ପାଇଁ ବାତ୍ୟା ପ୍ରବଣ ମାସ। ଏହି ମାସରେ ବାତ୍ୟା ହୋଇଥାଏ। ଆମେ ଏହା ଉପରେ ନଜର ରଖିଛୁ। ଲଘୁଚାପ ସୃଷ୍ଟି ହେଲେ ରୂପରେଖ ଜଣାପଡ଼ିବ। ଲୋକମାନେ ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

Advertisment
Weather Report Weather Condiction