/odisha-reporter/media/post_attachments/uploadimage/library/16_9/16_9_0/Weather_1682044000.jpg)
Weather
ଏଥର ଦଶହରାକୁ ଫିକା କରିପାରେ ଲଘୁଚାପ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। ବଙ୍ଗୋପସାଗରରେ ୨୦ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଆକଳନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଏହି ସୂଚନା ଦିଆଯାଇଛି।
Advertisment
ପାଣିପାଗ ବିଭାଗ ସୂଚନା ଅନୁସାରେ,ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେବା ପରେ ପରବର୍ତ୍ତୀ ସମୟରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ୨୦ ତାରିଖରେ ଷଷ୍ଠୀ ପୂଜା ପଡ଼ୁଥିବା ବେଳେ ୨୨ ତାରିଖରେ ମହାଷ୍ଟମୀ ପଡ଼ୁଛି। ତେବେ ଲଘୁଚାପ ବର୍ଷା ପୂଜାକୁ ଫିକା କରିପାରେ ବୋଲି ଅନୁମାନ କରାଯାଉଛି।
ତେବେ ଲଘୁଚାପ କ୍ଷେତ୍ର କେଉଁ ତାରିଖରେ ସୃଷ୍ଟି ହେବ, ଏହା ପ୍ରଭାବ ଓଡ଼ିଶା ଉପରେ କ’ଣ ରହିବ, ସ ନେଇ କିଛି ସ୍ପଷ୍ଟ ହୋଇ ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
