Advertisment

ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ‘ହାମୁନ’

ବାତ୍ୟା ‘ହାମୁନ’ ଗତକାଲି ମଧ୍ୟାହ୍ନ ସୁଦ୍ଧା ବାଂଲାଦେଶ ଉପକୂଳର ଖେପୁପଡ଼ା-ଚିଟ୍ଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବ।

Cyclone Area

Cyclone

Advertisment

ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି ଭୀଷଣ ବାତ୍ୟା ‘ହାମୁନ’। ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୨୩ କିମି ବେଗରେ ଗତି କରୁଛି। ବଙ୍ଗୋପସାଗରରେ ପୂର୍ବ-ଉତ୍ତରପୂର୍ବ ଦିଗରେ ଗତି କରୁଛି। ପାରାଦୀପ ଠାରୁ ପୂର୍ବ ଦିଗରେ ୨୯୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ପାଣିପାଗ ବିଭାଗ ସୂଚନା ଅନୁସାରେ, ବାତ୍ୟା ‘ହାମୁନ’ ପ୍ରଭାବ ଓଡ଼ିଶାରେ ଉପରେ ପଡ଼ିବ ନାହିଁ। ଏହା ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳରେ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ। ଏହି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅବଶିଷ୍ଟ ଉପକୂଳ ଓଡ଼ିଶା, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକା ଓ ମଧ୍ୟ ଧରଣରବର୍ଷା ହେବାର ସମ୍ଭାବନା ରହିଛି।

ବାତ୍ୟା ‘ହାମୁନ’ କାଲି ମଧ୍ୟାହ୍ନ ସୁଦ୍ଧା ବାଂଲାଦେଶ ଉପକୂଳର ଖେପୁପଡ଼ା-ଚିଟ୍ଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବ। ଆଉ ସେତେବଳକୁ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇ ସାରିଥିବ ବୋଲି IMD ପୂର୍ବାନୁମାନ କରିଛି।

Advertisment
Weather Report Weather Condiction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe