Advertisment

ଟାଣ ଖରା; ସାଢ଼େ ୧୧ଟା ସୁଦ୍ଧା ୩୬ ଡିଗ୍ରୀ ଟପିଲା ପାରଦ

ଗତକାଲି ୫ଟି ସହର ତାପମାତ୍ରା ୩୯ ଡ଼ିଗ୍ରୀ ଛୁଇଁଥିଲା। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପାଲଟି ଥିଲା ସବୁଠୁ ଉତ୍ତପ୍ତ ସହର।

ଅଦ୍ୟତନ ହୋଇଛି
Temperature

Temperature

Advertisment

ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହୋଇଗଲାଣି ଟାଣ ଖରା। ସକାଳ ୧୦ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଆଗକୁ ଆହୁରି ତାପମାତ୍ରା ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଆଜି ସକାଳ ସାଢ଼େ ୧୧ଟା ସୁଦ୍ଧା ଚାନ୍ଦବାଲିରେ ତାପମାତ୍ରା ୩୬ ଡିଗ୍ରୀ ପାର କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି।

Advertisment

ପାଣିପାଗ କେନ୍ଦ୍ରର ଟ୍ୱିଟ୍ ଅନୁସାରେ, ଦିନ ସାଢ଼େ ୧୧ଟା ସୁଦ୍ଧା ଚାନ୍ଦବାଲିର ସର୍ବାଧିକ ତାପମାତ୍ରା ୩୬.୨ରେକର୍ଡ କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ୩୬ ଡିଗ୍ରୀ ଓ କେନ୍ଦୁଝରରେ ୩୬ ଡିଗ୍ରୀ, ଝାରସୁଗୁଡାରେ ୩୫.୪ ଡିଗ୍ରୀ, ସମ୍ବଲପୁରରେ ୩୫.୨ଡିଗ୍ରୀ, ହୀରାକୁଦରେ ୩୪.୬ ଡିଗ୍ରୀ, ବାଲେଶ୍ୱରରେ ୩୪.୨ ଡିଗ୍ରୀ, ରାଉରକେଲା ୩୩.୪ ଡିଗ୍ରୀ, ପୁରୀରେ ୩୨.୪ ଡିଗ୍ରୀ, ପାରାଦୀପରେ ୩୧.୪ ଡିଗ୍ରୀ ଓ ଗୋପାଳପୁରରେ ୩୦.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସୂଚନାଯୋଗ୍ୟ,ଗତକାଲି ୫ଟି ସହର ତାପମାତ୍ରା ୩୯ ଡ଼ିଗ୍ରୀ ଛୁଇଁଥିଲା। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପାଲଟି ଥିଲା ସବୁଠୁ ଉତ୍ତପ୍ତ ସହର।

Advertisment
Weather Report Weather
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe