Advertisment

ସାଢ଼େ ୧୧ଟାରେ ୪୧ ଡିଗ୍ରୀ ଟପିଲା ପାରଦ; ଟ୍ୱିନ୍‌ ସିଟିକୁ ରେଡ୍ ଆଲର୍ଟ

ଭୁବନେଶ୍ୱର ଓ କଟକରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ନେଇ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Weather

Weather

କଲବଲ କରୁଛି ପ୍ରଚଣ୍ଡ ଖରାର କୋପ। ତତଲା କଡ଼େଇରେ ସିଝି ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ। ସକାଳ ୮ଟାରୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଅନୁଗୋଳର ତାପମାତ୍ରା ୩୬ ଡିଗ୍ରୀ ଟିପି ଥିବା ବେଳେ ସାଢେ ୧୧ଟାରେ ୪୧ ଡିଗ୍ରୀ ଛୁଇଁଛି ରାଜଧାନୀ ତାପମାତ୍ରା।

Advertisment

ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱର ୪୦.୭, ଚାନ୍ଦବାଲି ୪୦.୨, କେନ୍ଦୁଝର ୪୦ ଡିଗ୍ରୀ, ଝାରସୁଗୁଡ଼ା ୩୯.୫, ସମ୍ବଲପୁର ଓ ରାଉରକେଲା ୩୯.୪, ହୀରାକୁଦ ୩୭.୮°, ପୁରୀ୩୪.୨, ଗୋପାଳପୁର ୩୩.୫° ଓ ପାରାଦୀପରେ  ୩୩.୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ପାଇଁ ଟ୍ୱିନ୍‌ ସିଟିକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଭୁବନେଶ୍ୱର ଓ କଟକରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ନେଇ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।

Advertisment

 ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି,  ତାତି ଓ ଗୁଳୁଗୁଳିରୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ନିସ୍ତାର ନାହିଁ।  ସାମୁଦ୍ରିକ ବାୟୁର ପ୍ରବାହ ଯୋଗୁ ୨ରୁ ୪ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ସାମାନ୍ୟ କମିପାରେ। ସେପରି କିଛି ପରିବର୍ତ୍ତନ ହେବନି। ଦିନ ସାଢ଼େ ୧୧ ପର୍ଯ୍ୟନ୍ତ ଗୁଳୁଗୁଳି ଅଧିକ ରହିବ। ପରେ ତାତି ବଢ଼ିବ। 

Heat Wave Weather Report