ରାଜ୍ୟରେ ବଢ଼ୁଥିବା ତାତିରେ ଲାଗିବ ରୋକ୍। ପଶ୍ଚିମା ଝଡ ପ୍ରଭାବରେ ତାତିରେ ସାମାନ୍ୟ ବିରାମ ଲାଗିବ। ରାଜ୍ୟ ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନଥିବା ବେଳେ
ପଶ୍ଚିମା ଝଡ ପ୍ରଭାବରେ ଆସନ୍ତାକାଲି ଯାଏଁ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ, ସମ୍ବଲପୁର, ଦେଓଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଅନୁଗୋଳ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ସେହିପରି ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ ଓ ଯାଜପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। କିନ୍ତୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିରେ ବ୍ରେକ୍ ଲାଗିବ ନାହିଁ। । ରବିବାର ୩୭ଡିଗ୍ରୀ ସହ ମାଲକାନଗିରି ସବୁଠୁ ଉତ୍ତପ୍ତ ସହର ଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Weather
ଆସୁଛି ଆଉ ଏକ ଲଘୁଚାପ! ଏହି ସବୁ ସ୍ଥାନରେ ପ୍ରବଳ ବର୍ଷିପାରେ
ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣିବଳୟ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟଟି ଲଘୁଚାପର ରୂପ ନେବ।
National
ଅଣନିଶ୍ୱାସୀ ଦିଲ୍ଲୀ, ପ୍ରାୟ ୭୦% ପରିବାର ପ୍ରଦୂଷଣ ଜନିତ ରୋଗରେ ପୀଡିତ
ଦୀପାବଳି ପରେ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ପାଲଟିଛି ଜାତୀୟ ରାଜଧାନୀ ଦିଲ୍ଲୀ। ସର୍ବେକ୍ଷଣ ଅନୁସାରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ୬୯ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା ଏବଂ କାଶ ଭଳି ପ୍ରଦୂଷଣ ଜନିତ ରୋଗରେ ପୀଡିତ ଅଛନ୍ତି।
Weather
ଟ୍ୱିନ ସିଟିରେ ପ୍ରବଳ ଛେଚୁଛି
ଆସନ୍ତା ୩ ଘଣ୍ଟା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Weather
‘ଦାନା’ରେ ଜନ୍ମ ନେଇଛନ୍ତି ୨୨୦୦ ଶିଶୁ, ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲୁ: ମୁଖ୍ୟମନ୍ତ୍ରୀ
ବାତ୍ୟା ଯୋଗୁ ୨୨.୪୩ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ହୋଇଥିଲା। ଇତିମଧ୍ୟରେ ୧୪.୮୦ଲକ୍ଷ ଉପଭୋକ୍ତାଙ୍କର ବିଦ୍ୟୁତ ପୁନଃଯୋଗାଣ ସମ୍ଭବପର ହୋଇପାରିଛି।