Advertisment

ଟ୍ୱିନ୍ ସିଟି ସମେତ ୭ଟି ଜିଲ୍ଲାରେ ଛେଚୁଛି

ଆଜି ୯ଟି ଜିଲ୍ଲାକୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

author-image
Tapaswini Nayak
weather

weather

 କଟକ ଓ ଭୁବନେଶ୍ୱର ସହିତ ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ବିଜୁଳି ଘଡ଼ଘଡି ସହ ବର୍ଷା ଲାଗି ରହିବା ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ଆଜି ୯ଟି ଜିଲ୍ଲାକୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଅନୁସାରେ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଜଗତସିଂହପୁର, କଟକ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ରାତିଠୁ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ପକ୍ଷରୁ ଆଜି ୯ଟି ଜିଲ୍ଲାକୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର ଓ ବୌଦ୍ଧ।

ଗତକାଲି କାଳବୈଶାଖୀ ପ୍ରଭାବରେ ରାଜଧାନୀ ସମେତ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। କାଳବୈଶାଖୀ ତାଣ୍ଡବରେ ଝଡ଼ ତୋଫାନ ସହ କୁଆ ପଥର ମାଡ଼ ହୋଇଛି। ନୂଆପଡା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ହୋଇଛି। କେଉଁଠି ରାସ୍ତା ପରେ ଗଛ ଓଲଟିଥିବା ବେଳେ, ଆଉ କେଉଁଠି ଘର ଛାତ ଉପରେ ଗଛ ପଡିଛି। କୋମନା ଲୋକ ମହୋତ୍ସବର ମଞ୍ଚ ଓ ସମସ୍ତ ୪୦ଟି ଷ୍ଟଲ୍ ଭାଙ୍ଗି ପଡ଼ିବା ଯୋଗୁ ବାତିଲ ହୋଇଯାଇଛି ଲୋକ ମହୋତ୍ସବ।

Advertisment

ସେହିପରି ନୂଆପଡ଼ା ସଦର ଥାନା ଝାଞ୍ଜିମୁଣ୍ଡା ଗାଁରେ ଇଟାଭାଟିରେ କାମ କରୁଥିବାବେଳେ ବଜ୍ରପାରେ ଜଣେ ଯୁବକଙ୍କ ପ୍ରାଣହାନୀ ହୋଇଛି।.ଝିପଝିପି ବର୍ଷା ସାଙ୍ଗକୁ ପ୍ରବଳ ପବନ ମାଡ଼ରେ ଢେଙ୍କାନାଳ ସହରର ଟଳିପଡ଼ିଛି ବିରାଟକାୟ ଗଛ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ
ପହଞ୍ଚି ଗଛଗୁଡିକୁ କାଟି ହଟାଇଛନ୍ତି।

Heavy Rain Weather Report