Advertisment

ବଢୁଛି ତାତି; ନନ୍ଦନକାନନରେ ଜୀବଜନ୍ତୁଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା

ଅଂଶୁଘାତ ମୁକାବିଲା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଡାକ୍ତରଙ୍କ ପରାମର୍ଶରେ ଜୀବଜନ୍ତୁଙ୍କୁ ଦିଆଯାଉଛି ତରଭୁଜ, ଆଖୁ ଭଳି ସପର ଫ୍ରୁଟ୍ ଏବଂ ଆଣ୍ଟି ହିଟ୍ ମେଡିସିନ।

ଅଦ୍ୟତନ ହୋଇଛି
Nandankanan

Nandankanan

Advertisment

ଅଂଶୁଘାତ ମୁକାବିଲା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଡାକ୍ତରଙ୍କ ପରାମର୍ଶରେ ଜୀବଜନ୍ତୁଙ୍କୁ ତରଭୁଜ, ଆଖୁ ଭଳି ସପର ଫ୍ରୁଟ୍ ଏବଂ ଆଣ୍ଟି ହିଟ୍ ମେଡିସିନ ଦିଆଯାଉଛି। ଏନକ୍ଲୋଜରଗୁଡ଼ିକୁ ବାଉଁଶ ତାଟି ଓ ବେଣା ଚେର ସ୍କ୍ରିନରେ ଘୋଡ଼ାଯାଇଛି।

Advertisment

ସବୁ ଏନକ୍ଲୋଜରକୁ ୨୪ ଘଣ୍ଟିଆ ପାଣି ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି। ଖରା ଦାଉରୁ ରକ୍ଷା କରିବାକୁ ସିମ୍ପାଞ୍ଜି ଓ ଗିବନ୍ ପାଇଁ କୁଲର ବ୍ୟବସ୍ଥା ହୋଇଛି। ଭାଲୁମାନଙ୍କ ପାଇଁ ପାଣିରେ ବୁଡ଼ି ରହିବା ଭଳି ବ୍ୟବସ୍ଥା ହୋଇଛି।

ସେହିଭଳି ପକ୍ଷୀମାନଙ୍କ ପାଇଁ କୃତ୍ରିମ ଝରଣା ଓ ପାଣି ସିଞ୍ଚନ ବ୍ୟବସ୍ଥା ହୋଇଛି। ଏହାଛଡ଼ା ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସ୍ଥାନରେ ୫ଟି ଥଣ୍ଡା ପିଇବା ପାଣି କିଓସ୍କ ସମେତ ମୋଟ ୧୪ଟି ପାନୀୟ ଜଳ କିଓସ୍କ ରହିଛି। ଆଉ କିଛି ନୂଆ କିଓସ୍କ ଲଗାଯିବାର ବ୍ୟବସ୍ଥା କରାଯାଉଥିବା ନନ୍ଦନ କାନନ ପ୍ରାଣୀ ଉଦ୍ୟାନ ନିର୍ଦ୍ଦେଶକ କହିଛନ୍ତି।

Advertisment

ଅନ୍ୟପକ୍ଷରେ ତତଲା କଢ଼େଇରେ ସିଝୁଛି ସାରା ଓଡ଼ିଶା। ଆସନ୍ତାକାଲିଠୁ ଆହୁରି ବଢ଼ିବ ତାତି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ୪୨ ଡିଗ୍ରୀ  ଛୁଇଁଥିଲା ତାତି। ୭ ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା। ୪୧.୭ ଡିଗ୍ରୀ ସହ ମାଲକାନଗିରି ସର୍ବାଧିକ ଉତ୍ତପ୍ତ ହୋଇଥିବାବେଳେ ଟିଟିଲାଗଡ଼ ୪୧.୫, ବୌଦ୍ଧ ୪୧.୪, ଭବାନୀପାଟଣାରେ ପାରଦ ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି।

ରାଜଧାନୀ ଭୁବନେଶ୍ୱରରେ ତାପମାତ୍ର ୩୭.୨ ଏବଂ କଟକରେ ୩୮.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ଏଥର ଏପ୍ରିଲ ଅଧିକ ତତଲା
ହେବ ବୋଲି ପୂର୍ବରୁ ଚେତାବନୀ ଦେଇସାରିଛି ପାଣିପାଗ ବିଭାଗ।

Nandankanan Zoological Park Heat Wave
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe