/odisha-reporter/media/post_attachments/uploadimage/library/16_9/16_9_0/Rain_1730433807.jpg)
Rain
ଟ୍ୱିନ ସିଟିରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ମୂଷଳ ଧାରେ ବର୍ଷା ଲାଗି ରହିଛି। ଆସନ୍ତା ୩ ଘଣ୍ଟା ପାଇଁ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
Advertisment
ଆଜି ସକାଳେ କଟକ ଓ ଭୁବନେଶ୍ୱରରେ ମେଘୁଆ ପାଗ ଲାଗିରହି ଥିଲା। ପରେ ପରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ଆସନ୍ତା ୩ ଘଣ୍ଟା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଟ୍ୱିନ ସିଟିରେ ପ୍ରବଳ ବର୍ଷା ଲାଗି ରହିବା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମି ଯାଇଛି। କଟକର ବାଦାମ ବାଡ଼ି ଅଞ୍ଚଳ ସମେତ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ଫଳରେ ଲୋକମାନେ ଯାତାୟତ କରିବାରେ ଅସୁବିଧା ସୃଷ୍ଟି ହୋଇଛି। ସିଏସି ପକ୍ଷରୁ ୱାଟର ପମ୍ପ ମାଧ୍ୟମରେ ପାଣିକୁ ନିଷ୍କାସନ କରାଯାଇଛି। ସେହିପରି ରାଜଧାନୀରେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
