/odisha-reporter/media/post_attachments/uploadimage/library/16_9/16_9_0/Weather__1733801492.jpg)
Weather
ରାଜ୍ୟରେ ବଦଳିଛି ପାଗର ମିଜାଜ୍। ଆଜି ସକାଳେ ଟ୍ୱିନ୍ ସିଟି ସହ ବିଭିନ୍ନ ଜିଲ୍ଲାରେ ଝିପି ବର୍ଷା ହୋଇଛି। ରାଜ୍ୟରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣରୁ ବର୍ଷା ହେବା ପାଇଁ ୧୧ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଜାରି କରାଯାଇଛି।
Advertisment
ଗତକାଲି ରାତିରେ ରାଜଧାନୀ ଭୁବନେଶ୍ୱର ସହ କଟକରେ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଥିଲା। ଆଜି ସକାଳେ ମଧ୍ୟ ଟ୍ୱିନ୍ ସମେତ ବିଭିନ୍ନ ଜିଲ୍ଲାରେ ଝିପି ଝିପି ବର୍ଷା ହେବା ସହ ପାଗ କୋହଲା ରହିଛି। ସେହିପରି ୧୧ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି ରହିଛି।
ରାଜ୍ୟରେ ସ୍ୱଳ୍ପ ଧରଣର ବର୍ଷା ପ୍ରଭାବରେ ୨ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ୨ ଦିନ ପରେ ରାଜ୍ୟରେ ଶୀତ ଅନୁଭୂତ ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
