ଆଜିଠୁ ରାଜ୍ୟରେ ବଢିବ ଶୀତ। ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ କମିବା ଫଳରେ ହାଲକା ଶୀତ ଅନୁଭୂତ ହେବ। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ,ରାଜ୍ୟରେ ୨ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା କମିବ। ଏହାପରେ ଅପରିବର୍ତ୍ତିତ ରହିବ।
Also Read
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସଙ୍କ ସୂଚନା ଅନୁସାରେ,ଆଜି଼ଠୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ପାଗ ଶୁଖିଲା ରହିବ। କିଛି କିଛି ସ୍ଥାନରେ ହାଲକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ରହିଛି ପାଣିପାଗ କେନ୍ଦ୍ର।
ରାଜ୍ୟରେ ପାହାନ୍ତିଆ ଓ ସନ୍ଧ୍ୟା ସମୟରେ ଶୀତ ଅନୁଭୂତ ହେଉଛି। ଏହା ସହ ପାହାନ୍ତିଆରେ ମଧ୍ୟ କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି। ଦାରିଙ୍ଗିବାଡ଼ିରେ ଅଧିକ ଶୀତ ଅନୁଭୂତ ହେଉଛି। ସେହିପରି ସୁନ୍ଦରଗଡ଼, କୋରାପୁଟ ଓ କନ୍ଧମାଳରେ ଥଣ୍ଡା ଅନୁଭୂତ ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Weather
କମିବ ଶୀତ, ବଢ଼ିବ ତାପମାତ୍ରା; ହୋଇପାରେ ବର୍ଷା
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଆଗାମୀ ୪୮ ଘଣ୍ଟା ଭିତରେ କୋରାପୁଟ ଓ କନ୍ଧମାଳରେ ଘନ କୁଡୁଡି ହେବାର ସମ୍ଭାବନା ରହିଛି।
Weather
ରାଜ୍ୟରେ ଅସହ୍ୟ ଶୀତ: ୧ ଡିଗ୍ରୀକୁ ଖସିଲା ପାରଦ, କେଉଁଠି ଜାଣନ୍ତୁ
ରାଜ୍ୟ ଆହୁରି ଶୀତ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି।
Weather
ବଦଳିଲା ପାଗର ମିଜାଜ୍; ଟ୍ୱିନ୍ ସିଟିରେ ବର୍ଷା
ରାଜ୍ୟରେ ସ୍ୱଳ୍ପ ଧରଣର ବର୍ଷା ପ୍ରଭାବରେ ୨ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ।
Weather
ଚାଷୀଙ୍କୁ ଧାନ ଅମଳ ଚିନ୍ତା; ୮ ଓ ୯ ତାରିଖରେ ବର୍ଷା!
ରାଜ୍ୟର କିଛି ଜିଲ୍ଲାରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ତେଣୁ ପ୍ରବର ଶୀତ ହେବ ବୋଲି ଆକଳନ କରାଯାଉଛି।
Weather
୧୨୩ ବର୍ଷ ପରେ ଏଥର ନଭେମ୍ବରରେ ଶୀତ କମ୍ ଗରମ ଅଧିକ
ଚଳିତ ବର୍ଷର ନଭେମ୍ବରରେ ଅନ୍ୟ ବର୍ଷ ଅପେକ୍ଷା ଅଧିକ ଉତ୍ତାପ ଅନୁଭୁତ ହୋଇଛି।