Advertisment

କାଲି ବାତ୍ୟା!;୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଗଭୀର ଅବପାତଟି  ଉତ୍ତର-ଉତ୍ତରପୂର୍ବ ଦିଗ ମୁହାଁଇ ଥିବାରୁ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି।

Cyclone Area

Cyclone

Advertisment

ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଆସନ୍ତାକାଲି ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ। ଏହା ଦିଗ ପରିବର୍ତ୍ତନ କରିଥିବାରୁ ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡିବ ନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି।

Advertisment

ଶ୍ରୀ ଦାସ ଆହୁରି କହିଛନ୍ତି, ଏହି ଗଭୀର ଅବପାତଟି  ଉତ୍ତର-ଉତ୍ତରପୂର୍ବ ଦିଗ ମୁହାଁଇ ଥିବାରୁ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ଏହା ପାରାଦୀପ ଠାରୁ ୩୮୦ କିମି ଦୂରତାରେ ଅବସ୍ଥିତ ଅଛି। ଏହା ପ୍ରଭାବରେ ଆଜି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟ ଜିଲ୍ଲାମାନଙ୍କର ହାଲୁକାର ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଶ୍ରୀ ଦାସ କହିଛନ୍ତି, ଗତ ୨୪ ଘଣ୍ଟାରେ ପାରାଦୀପରେ ୬.୯ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀରେ ହାଲୁକାର ମଧ୍ୟମ ଧରଣ ବର୍ଷା ହୋଇଛି। ଓଡ଼ିଶା ଉପକୂଳରେ ୪୦ରୁ ୫୦ କିମ ବେଗରେ ପବନ ହେଉଛି। ଏହା କ୍ରମେ ବୃଦ୍ଧି ପାଇବ। ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ମାଛ ମାରିବାକୁ ଯିବାକୁ ବାରଣ କରାଯାଇଛି।

Advertisment

ଆଜି ଓ ଆସନ୍ତାକାଲି ଟ୍ୱିନ୍ ସିଟିରେ ପାଗ ମେଘୁଆ ରହିବ। ୧୦ରୁ ୧୫ କିମି ବେଗରେ ପବନ ବୋହିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

Weather Report Weather Condiction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe