Advertisment

ରାଜ୍ୟରେ ବଢ଼ୁଛି ଶୀତ, ୧୦ ଡିଗ୍ରୀ ତଳକୁ ଖସିଲା ପାରଦ

ଚଳିତ ସିଜିନରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱର ଓ କଟକର ତାପମାତ୍ରା ୧୩ ଡ଼ିଗ୍ରୀ ଛୁଇଁଛି ।

weather

weather

Advertisment

ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ। ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି। ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼। ଦେହ ଥରାଇ ଦେଉଛି କୋହଲା ପବନ। ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି । ଶୀତର ପ୍ରକୋପ ଯୋଗୁ ରାଜ୍ୟରେ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ।

Advertisment

ରାଜ୍ୟରେ ୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ତେବେ ୮.୩ ଡିଗ୍ରୀ ରାତ୍ରୀ ତାପମାତ୍ରା ସହ ସୁନ୍ଦରଗଡ଼ ଜିଲ୍ଲାର କିରେଇ ସବୁଠୁ ଥଣ୍ଡା ସହର ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଜି. ଉଦୟଗିରିରେ ୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ଫୁଲବାଣୀରେ ୮.୫ ଡିଗ୍ରୀ, କୋରାପୁଟରେ ୯.୫ ଡିଗ୍ରୀ, ଭଦ୍ରକର ରାଣୀତାଲ ୯.୬ ଡିଗ୍ରୀ, ରାଉରକେଲା ୯.୮ ଡିଗ୍ରୀ, ସମ୍ବଲପୁରର ଚିପିଲିମା ୧୦ ଡିଗ୍ରୀ, ଅନୁଗୋଳ ୧୦ ଡିଗ୍ରୀ, କେନ୍ଦୁଝର ୧୦ ଡିଗ୍ରୀ, ସୁନ୍ଦରଗଡ଼ ୧୦ ଡିଗ୍ରୀ, କନ୍ଧମାଳର ଦାରିଙ୍ଗିବାଡ଼ି ୧୦ ଡିଗ୍ରୀ ଓ ଝାରସୁଗୁଡ଼ା ୧୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Advertisment

ଚଳିତ ସିଜିନରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱର ଓ କଟକର ତାପମାତ୍ରା ୧୩ ଡ଼ିଗ୍ରୀ ଛୁଇଁଛି । ଭୁବନେଶ୍ୱରରେ ୧୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ   କଟକର ରାତି ତାପମାତ୍ରା ୧୩.୫ ଡିଗ୍ରୀ ରେକର୍ଡ କରାଯାଇଛି।

Weather Report Weather Condiction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe