winter
ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ । ସକାଳ ଓ ରାତି ସମୟରେ ଘରୁ ବାହାରିବା କଷ୍ଟ ହୋଇ ପଡ଼ୁଛି। ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି। ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼। ଦେହ ଥରାଇ ଦେଉଛି କୋହଲା ପବନ। ଗତକାଲି ରାତିରେ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରେକର୍ଡ କରାଯାଇଥିଲା।
ଗତକାଲି ରାତିରେ ରାଜ୍ୟରେ ଜି. ଉଦୟଗିରିକୁ ମିଶାଇ ମୋଟ ୧୫ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଥିଲା। କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ତାପମାତ୍ରା ୫.୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୬.୫, ସୁନ୍ଦରଗଡ଼ର କିରେଇରେ ୬.୬, କୋରାପୁଟରେ ୭.୬, ଅନୁଗୋଳରେ ୮, ଦାରିଙ୍ଗିବାଡ଼ିରେ ୮, ରାଉରକେଲାରେ ୮.୩, କେନ୍ଦୁଝରରେ ୮.୪, ସୁନ୍ଦରଗଡ଼ରେ ୮.୬, ଭବାନୀପଟଣାରେ ୯, ଝାରସୁଗୁଡ଼ାରେ ୯, ନବରଙ୍ଗପୁରରେ ୯,ଭଦ୍ରକର ରାଣୀତାଲରେ ୯.୧, ସୋନପୁରରେ ୯.୭ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ବଲାଙ୍ଗିରରେ ସର୍ବନିମ୍ନ ରାତ୍ର ତାପମାତ୍ରା ୧୦ ଡିଗ୍ରୀ ରହିଥିଲା।
ଅନ୍ୟପକ୍ଷରେ ଚଳିତ ଋତୁରେ ଗତକାଲି କଟକ ଓ ଭୁବନେଶ୍ୱରରେ ସବୁଠୁ କମ୍ ତାପମାତ୍ରା ରେକର୍ଡ କରାଯାଇଥିଲା। ଗତକାଲି ରାତିରେ ଟ୍ୱିନ୍ ସିଟିରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀରୁ ସାମାନ୍ୟ ଅଧିକ ରେକର୍ଡ କରାଯାଇଥିଲା। କଟକରେ ତାପମାତ୍ରା ୧୨.୮ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ୧୨.୪ ଡିଗ୍ରୀ ରେକର୍ଡ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/winter_1703138538.jpg)