/odisha-reporter/media/post_attachments/uploadimage/library/16_9/16_9_0/weather_1703659583.jpg)
weather
ରାଜ୍ୟରେ ଶୀତ ପ୍ରକୋପ କମିଥିବା ବେଳେ ରାତ୍ରି ତାପମାତ୍ରା କ୍ରମଃଶ ବୃଦ୍ଧି ପାଇଛି। ଏହାସହ ବିଭିନ୍ନ ଜିଲ୍ଲାରେ ଘନ କହୁଡି ଦେଖିବାକୁ ମିଳୁଛି। କୁହୁଡିର ଆସ୍ତରଣର ଯୋଗୁ ୧୦ ମିଟର ପର୍ଯ୍ୟନ୍ତ ରାସ୍ତା ଦେଖାଯାଉନାହିଁ।
ଗତକାଲି ରାଜ୍ୟରେ ୪ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ କୋରାପୁଟ ସବୁଠୁ ଥଣ୍ଡା ସହର ଥିଲା। ଏଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ଜି. ଉଦୟଗିରି ୭.୮, ଦାରିଙ୍ଗବାଡ଼ି ୯.୫ ଓ ସିମିଳିଗୁଡ଼ା ୯.୬ ଡିଗ୍ରୀ ରେକର୍ଡ କରାଯାଇଥିଲା।।
ଟ୍ୱିନ ସିଟିରେ ମଧ୍ୟ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଛି। ଗତକାଲି ରାତିରେ ଭୁବନେଶ୍ୱରର ତାପମାତ୍ରା ୩୦. ୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ୨୭.୫ ଡିଗ୍ରୀ ରେକର୍ଡ କରାଯାଇଛି।
ଗତକାଲି ରାତିରେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୩.୮ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ୧୩.୬, ବରଗଡ଼ରେ ୧୩.୬, ସମ୍ବଲପୁରରେ ୧୬, ଦେବଗଡ଼ରେ୧୬.୨, ତାଳଚେରରେ୧୫.୮, ଅନୁଗୋଳରେ୧୩, ସୋନପୁରରେ୧୩.୫, ବଲାଙ୍ଗିରରେ୧୩, ନୂଆପଡ଼ାରେ୧୨, ଭବାନୀପାଟଣାରେ୧୧, ଟିଟିଲାଗଡ଼୧୪ ୫, ନବରଙ୍ଗପୁରରେ ୧୧, ରାୟଗଡ଼ାରେ୧୫, ମାଲକାନଗିରିରେ୧୬.୫, ନୟାଗଡ଼ରେ ୧୭, ଢେଙ୍କାନାଳରେ୧୫.୬, ଯାଜପୁରରେ୧୮.୪ ଓ ଭଦ୍ରକରେ୧୭.୮ ଡିଗ୍ରୀ ରହିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
