Advertisment

କମିଛି ଶୀତ; ବଢିଛି କୁହୁଡ଼ି

ଆଜି ସକାଳେ କଟକ ଓ ଭୁବନେଶ୍ୱରରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା

author-image
Tapaswini Nayak
winter

winter

ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ ସବୁଠି ଲାଗୁଛି ଥଣ୍ଡା। ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବଢିଥିଲେ ବି ଜାରି ରହିଛି ଶୀତର ଲହରୀ। କେତେକ ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିଛି। କୁହୁଡିର ଆସ୍ତରଣର ଯୋଗୁ ରାସ୍ତାଘାଟ ଦେଖାଯାଉ ନାହିଁ।

Advertisment

ଗତକାଲି ରାଜ୍ୟରେ ୩ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବାବେଳେ କୋରାପୁଟ ସବୁଠୁ ଥଣ୍ଡା ସହର ଥିଲା। ଏଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ଦାରିଙ୍ଗବାଡି ଓ ଜି. ଉଦୟଗିରିରେ ୯, ସିମିଳିଗୁଡ଼ା ୯.୬, ଡିଗ୍ରୀ, ଫୁଲବାଣୀ ଓ କିରେଇ ୧୧ ଓ ନବରଙ୍ଗପୁର ୧୨ ଡିଗ୍ରୀ ରେକର୍ଡ କରାଯାଇଥିଲା।

ଟ୍ୱିନ ସିଟିରେ ମଧ୍ୟ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଛି। ଗତକାଲି ରାତିରେ ଭୁବନେଶ୍ୱରର ତାପମାତ୍ରା ୧୭.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ୧୬ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଆଜି ସକାଳେ କଟକ ଓ ଭୁବନେଶ୍ୱରରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଘନ କୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

Advertisment

ଗତକାଲି ରାତିରେ ସୁନ୍ଦରଗଡ଼ ରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ଥିବା ବେଳେ ରାଉରକେଲାରେ୧୪.୩, କେନ୍ଦୁଝରରେ୧୩.୨, ଭଦ୍ରକରେ ୧୬.୫, ଯାଜପୁରରେ ୧୭.୨, କେନ୍ଦ୍ରାପଡ଼ାରେ ୧୫, ଜଗତସିଂହପୁରରେ ୧୫, ପୁରୀର ତାପମାତ୍ରା ୧୮, ନୟାଗଡ଼ରେ ୧୫.୮, ଖୋର୍ଦ୍ଧାରେ୧୫, ଦେବଗଡ଼ରେ୧୫.୨, ବାଲେଶ୍ୱରରେ୧୭.୩, ବାରିପଦାରେ୧୪.୮, ନବରଙ୍ଗପୁରରେ୧୨, ରାୟଗଡ଼ାରେ, ୧୫, ଦାରିଙ୍ଗବାଡ଼ିରେ୯, ମାଲକାନଗିରିରେ୧୫.୫, ଅନୁଗୁଳରେ ୧୩.୬ ଡିଗ୍ରୀ ଓ ନୂଆପଡ଼ାରେ ୧୩ ଡିଗ୍ରୀ ରେକର୍ଡ କରାଯାଇଛି।

Weather Report Weather Condiction