Advertisment

ଶୀତରେ ଥରୁଛି ଓଡ଼ିଶା,୧୦ ଡିଗ୍ରୀ ତଳେ ୩ଟି ସହର

ଭୁବନେଶ୍ୱରରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୧୬.୨ ଡିଗ୍ରୀ ରହିଥିବା ବେଳେ କଟକ ୧୫ ଡିଗ୍ରୀ ରେକର୍ଡ କରାଯାଇଛି।

author-image
Tapaswini Nayak
Winter

Winter

 ରାଜ୍ୟକୁ ପୁଣି ଫେରିଛି ଶୀତ। ବିଭିନ୍ନ ସ୍ଥାନରେ ପାରଦ ଖସିବା ସହ ଅଧିକ ଶୀତ ଅନୁଭୂତ ହେଉଛି। ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଗତକାଲି ରାଜ୍ୟର ୩ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ଥିଲା। ଏଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ କରାଯାଇଥିଲା।

Advertisment

ସେହିପରି କୋରାପୁଟରେ ୮.୩ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ି ୯.୫, ଫୁଲବାଣୀ ୧୦, ସୁନ୍ଦରଗଡ଼ ୧୪.୨, ରାଉରକେଲା ୧୩.୭, ଝାରସୁଗୁଡ଼ା ୧୩.୯,ବରଗଡ଼ ୧୫.୬, ହିରାକୁଦ ୧୫.୬,ଦେବଗଡ଼ ୧୫.୨,କେନ୍ଦୁଝର ୧୩,ସମ୍ବଲପୁର ୧୫.୪, ତାଳଚେର ୧୫.୪, ଢେଙ୍କାନାଳ ୧୫.୮, ବଲାଙ୍ଗିର ୧୩.୫, ନୂଆପଡ଼ା ୧୪, ଟିଟିଲାଗଡ଼ ୧୬,ଭାବନୀପାଟଣା ୧୩, ନବରଙ୍ଗପୁର ୧୧.୪, ନୟାଗଡ଼ରେ ୧୫.୩ ଡିଗ୍ରୀ ରେକର୍ଡ କରାଯାଇଛି।

ଭୁବନେଶ୍ୱରରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୧୬.୨ ଡିଗ୍ରୀ ରହିଥିବା ବେଳେ କଟକ ୧୫ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment
Weather Report