ରାଜ୍ୟକୁ ପୁଣି ଫେରିଛି ଶୀତ। ବିଭିନ୍ନ ସ୍ଥାନରେ ପାରଦ ଖସିବା ସହ ଅଧିକ ଶୀତ ଅନୁଭୂତ ହେଉଛି। ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଗତକାଲି ରାଜ୍ୟର ୩ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ଥିଲା। ଏଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ କରାଯାଇଥିଲା।
ସେହିପରି କୋରାପୁଟରେ ୮.୩ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ି ୯.୫, ଫୁଲବାଣୀ ୧୦, ସୁନ୍ଦରଗଡ଼ ୧୪.୨, ରାଉରକେଲା ୧୩.୭, ଝାରସୁଗୁଡ଼ା ୧୩.୯,ବରଗଡ଼ ୧୫.୬, ହିରାକୁଦ ୧୫.୬,ଦେବଗଡ଼ ୧୫.୨,କେନ୍ଦୁଝର ୧୩,ସମ୍ବଲପୁର ୧୫.୪, ତାଳଚେର ୧୫.୪, ଢେଙ୍କାନାଳ ୧୫.୮, ବଲାଙ୍ଗିର ୧୩.୫, ନୂଆପଡ଼ା ୧୪, ଟିଟିଲାଗଡ଼ ୧୬,ଭାବନୀପାଟଣା ୧୩, ନବରଙ୍ଗପୁର ୧୧.୪, ନୟାଗଡ଼ରେ ୧୫.୩ ଡିଗ୍ରୀ ରେକର୍ଡ କରାଯାଇଛି।
Also Read
ଭୁବନେଶ୍ୱରରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୧୬.୨ ଡିଗ୍ରୀ ରହିଥିବା ବେଳେ କଟକ ୧୫ ଡିଗ୍ରୀ ରେକର୍ଡ କରାଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Weather
ବର୍ଷା, ବିଜୁଳି, ପବନ ସହିତ କୁଆପଥର ମାଡ଼; ଜାଣନ୍ତୁ, କେଉଁ ସବୁ ଜିଲ୍ଲା ପାଇଁ ଜାରି ହେଲା ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ
ଆଗାମୀ ୪-୫ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Weather
୯ ଜିଲ୍ଲାରେ ହେବ ବର୍ଷା!
ଆଗାମୀ ତିନି ଦିନିରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Weather
ମାଘ ମାସରେ ୩୬ ଡିଗ୍ରୀ ଟପିଲା ତାତି, କ’ଣ ଏହା ପଛର କାରଣ
ହଠାତ୍ ପାଗରେ କାହିଁକି ଏହି ପରିବର୍ତ୍ତନ ହେଲା? ଏହା ସାମୟିକ ନା ବସନ୍ତ ନ ଆସୁଣୁ ବୈଶାଖ ଆରମ୍ଭ ହେଲା ବୋଲି ଧରି ନିଆଯିବ?

Weather
୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!
ଶୀତ ପରେ ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।

Weather
ଶୀତ ସାଙ୍ଗକୁ କଲବଲ କରିବ କୁହୁଡି!
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଶୁକ୍ରବାର ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା ଓ ଝାରସୁଗୁଡ଼ାରେ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି।