Advertisment

ଖସିବ ପାରଦ, ବଢ଼ିବ ଶୀତ

ଆଜି ସକାଳେ ରାଜଧାନୀ ଭୁବନେଶ୍ୱର ସମେତ କେତେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
winter

winter

Advertisment

ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ରାତିର ତାପମାତ୍ରା। ରାଜ୍ୟରେ ଶୀତର ପ୍ରକୋପ ଆହୁରି ବଢ଼ିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି

Advertisment

ପାଣିପାଗ ବିଭାଗର ସୂଚନା ଅନୁସାରେ,  ଆଗାମୀ ୩ ଦିନ ଯାଏଁ ପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ବାୟୁ ଚଳାଚଳ ରେ ପରିବର୍ତ୍ତନ ହେତୁ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରାରେ ୨ ରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବାରେ ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଆଜି ସକାଳେ ରାଜଧାନୀ ଭୁବନେଶ୍ୱର ସମେତ କେତେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଥିଲା। ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଘନକୁହୁଡି ଯୋଗୁ ଗାଡି ଚଳାଚଳରେ ବାଧା ଉପୁଜିଛି। ସର୍ବନିମ୍ନ ଦୃଶ୍ୟମାନ ଦୂରତା ଶହେ ମିଟର ରେକର୍ଡ ହୋଇଛି। ଭୁବନେଶ୍ୱର ସମେତ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ କୁହୁଡି ହୋଇଥିବା ନେଇ ସୂଚନା ମିଳିଛି।

Advertisment

ଘନ କୁହୁଡି ଯୋଗୁ ଠପ୍ ହୋଇପଡିଛି ଚିଲିକାରେ ଯାତାୟତ। ଜହ୍ନିକୁଦା ଏବଂ ସାତପଡାରେ ଅଟକି ରହିଛନ୍ତି ଯାତ୍ରୀ । ଚିଲିକାରେ ପ୍ରବଳ କୁହୁଡି କାରଣରୁଜଳପଥ ଦୃଶ୍ୟମାନ ହେଉନି। ଫଳରେ ସକାଳୁ ସକାଳୁ ବନ୍ଦ ରହିଛି ଡଙ୍ଗା ଏବଂ ଭସାପୋଲ।

ସେହିପରି ପୁରୀ ବ୍ରହ୍ମଗିରିରେ ମଧ୍ୟ ଘନ କୁହୁଡି ଯୋଗୁ ରାସ୍ତାଘାଟରେ ଯାତାୟତରେ ବାଧା ଉପୁଜିଛି। ସକାଳ ୯ଟା ପରେ ବି ରାସ୍ତାଘାଟ ଠିକ୍ ଭାବେ ଦୃଶ୍ୟ ହେଉନି। ଶ୍ରୀଅଲାରନାଥଙ୍କମନ୍ଦିର କିଛି ଦୂରରୁ ଦୃଶ୍ୟମାନ ହେଉନି।

Weather Report Weather Condiction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe