Advertisment

ଶୀତରେ ଥରୁଥିଲା ଓଡ଼ିଶା; କଲବଲ କଲା ବର୍ଷା

ବଙ୍ଗୋପସାଗରରେ ଥିବା ଏକ ଗୁରୁଚାପ ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡି ଦେଖିବାକୁ ମିଳିବ।

author-image
Tapaswini Nayak
ଅଦ୍ୟତନ ହୋଇଛି
Weather

Weather

ଜାଡ଼ରେ ଥରୁଛି ପୂରା ରାଜ୍ୟ। ଏହି ସମୟରେ ଲୋକଙ୍କୁ ଅଧିକ କଲବଲ କରିଛି ବର୍ଷା। ବଢ଼ି ଭୋରରୁ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଛି। ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଦକ୍ଷିଣ ଛତିଶଗଡ଼ ବାୟୁମଣ୍ଡଳ ଉପରି ଭାଗରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ କୋହଲା ପାଗ ଜାରି ରହିବ। ବିଶେଷ କରି ଉତ୍ତର ଉପକୂଳ, ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୨୫ ତାରିଖ ବେଳକୁ ଓଡ଼ିଶାରୁ ବର୍ଷାର ମାତ୍ରା କମିବ। ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ ନୟାଗଡ଼ ଆଦି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଅନୁମାନ କରାଯାଉଛି। ୨୬ ତାରିଖବେଳକୁ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷର ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ବଙ୍ଗୋପସାଗରରେ ଥିବା ଏକ ଗୁରୁଚାପ ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡି ଦେଖିବାକୁ ମିଳିବ। ୨୬ ତାରିଖ ପରେ ପାଣିପାଗରେ ପରିବର୍ତ୍ତନ ଆସିବା ସହ ରାତି ତାପମାତ୍ରା ସ୍ୱଭାବିକଠୁ ସାମାନ୍ୟ କମ୍ ରହିବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ଗତକାଲି ରାତିଠୁ ବରଗଡ଼, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରେ ବର୍ଷା  ଲାଗି ରହିଛି।  ସୁବର୍ଣ୍ଣପୁରର ବିନିକାରେ ରାସ୍ତାଘାଟରେ ପାଣି ଜମି ରହିଛି। ବର୍ଷା ଏତେ ହେଉଛି ଯେ ଘରୁ  ବାହାରିବା ମୁସକିଲ୍ ହୋଇପଡ଼ିଛି। ଆଣ୍ଠୁଏ ଉଚ୍ଚର ପାଣି ରାସ୍ତାରେ ସୁଅ କାଟୁଛି। ସେହିପରି ବରଗଡ଼ରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି।

 ଗତ ୨୪ ଘଣ୍ଟାରେ ସମ୍ବଲପୁରରେ ୨୫.୧ ମିଲିମିଟର୍ ବର୍ଷା ରେକର୍ଡ ହୋଇଥିବା ବେଳେ ବରଗଡ଼ ଅତାବିରାରେ ୨୪.୨, ନୟାଗଡ଼ରେ ୨୧.୬ ଓ ବିଜେପୁରରେ ୧୮ ମିଲିମିଟର୍ ବର୍ଷା ରେକର୍ଡ କରାଯାଇଛି।

Weather Report Weather