Advertisment

ଆଜି ବି ବର୍ଷା ସାଙ୍ଗକୁ କୋହଲା ପାଗ; ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ସହ ଦିନ ତାପମାତ୍ରା ସାମାନ୍ୟ ବଢ଼ିବ।

weather

weather

Advertisment

ଅଦିନିଆ ବର୍ଷା ସାଙ୍ଗକୁ ରାଜ୍ୟରେ ଲାଗି ରହିଛି କୋହଲା ପାଗ। ଯାହାଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଆଜି ବି ରାଜ୍ୟରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିବ। ଏଥିପାଇଁ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଉତ୍ତର-ପଶ୍ଚିମା ପବନ ସାଙ୍ଗକୁ ଗୁରୁଚାପ ଏବଂ ନିମ୍ନରେଖା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲାଗି ରହିଛି ବର୍ଷା ।ଆଜି ୧୬ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିବ। ସେହି ଜିଲ୍ଲା ଗୁଡ଼ିକ ହେଲା କନ୍ଧମାଳ,କଳାହାଣ୍ଡି, ମୟୂରଭଞ୍ଜ, ବାଲେଶ୍ୱର, ବଲାଙ୍ଗିର,ଖୋ଼ର୍ଦ୍ଧା ,କଟକ, ପୁରୀ, ନୟାଗଡ଼, ଜଗତସିଂହପୁର, ଢେଙ୍କାନାଳ, ରାୟଗଡ଼ା ,କୋରାପୁଟ ଓ କେନ୍ଦ୍ରାପଡ଼ା।

ତେବେ ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ସହ ଦିନ ତାପମାତ୍ରା ସାମାନ୍ୟ ବଢ଼ିବ। ରାତି ତାପମାତ୍ରା କିନ୍ତୁ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ କମ୍ ରହିବା ସହ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment

ବର୍ଷା ସହିତ କେତେକ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଉପକୂଳ ଓଡ଼ିଶାରେ କୁହୁଡ଼ି ଅନୁଭୂତି ହୋଇପାରେ। ଘନ କୁହୁଡ଼ି ଦୁଇ ଦିନ ଧରି ହେବାର ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Weather Report Weather Condiction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe