Advertisment

ବଦଳିଲା ପାଗର ମିଜାଜ୍; କୋହଲା ପାଗରୁ ମିଳିଲା ମୁକ୍ତି

ଆଜିଠୁ ଆଗାମୀ ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ।

ଅଦ୍ୟତନ ହୋଇଛି
weather

weather

Advertisment

ବଦଳିଲା ପାଗର ମିଜାଜ୍। ମିଳିଲା କୋହଲା ପାଗ ଓ ବର୍ଷାରୁ ମୁକ୍ତି। ଆଜିଠୁ ଆଗାମୀ ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜିଠୁ ଆଗାମୀ ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ। କେବଳ ନୟାଗଡ଼ ଏବଂ ଗଞ୍ଜାମର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।  ହେଲେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା ସହ ରାତି ତାପମାତ୍ର ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି। 

ଓଡିଶାରୁ ଆନ୍ଧ୍ର ମଧ୍ୟ ଦେଇ ଯାଇଥିବା ନିମ୍ନ ଚାପରେଖା ଫଳରେ ଓଡ଼ିଶା ମଧ୍ୟକୁ ପ୍ରଚୁର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଆସୁଛି। ଯାହା ଘନ କୁହୁଡି କରିବାରେ ସହାୟକ ହେବ। ଏଥିପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୪ ଜିଲ୍ଲାରେ ଘନ କୁହୁଡି ନେଇ ପାଣିପାଗ ବିଭାଗ ୟଲୋ ୱାର୍ଣ୍ଣିଂ ଜାରି କରିଛି।

Advertisment
Weather Report Weather Condiction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe